ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ – ସମୀକ୍ଷା ଖବର

କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୫/୦୮: ଭବାନୀପାଟଣା: ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଚାଷୀଙ୍କ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ବୈଜ୍ଞାନିକ ଚାଷ ପଦ୍ଧତି, ଫସଲର ଉଚିତ ପରିଚାଳନା ଏବଂ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୃଷି ବିଭାଗର ମୂଳସ୍ତରୀୟ କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନ ରହି ନିୟମିତ ଭାବେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆବଶ୍ୟକ। ଚାଷୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କିସାନ କଲ୍ ସେଣ୍ଟର ମାଧ୍ୟମରେ କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ନିୟମିତ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇ କୃଷି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ।ସେହିପରି, ଚାଷୀମାନେ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ଉଚିତ ସମୟରେ ବିକ୍ରୟ କରିପାରିବା ପାଇଁ ଉପଖଣ୍ଡସ୍ତରରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀତଳ ଭଣ୍ଡାର ବ୍ୟବସ୍ଥା ବୃଦ୍ଧି ହେଲେ ଫସଲ ନଷ୍ଟ ହ୍ରାସ ପାଇବା ସହ ଚାଷୀମାନେ ଉଚିତ ମୂଲ୍ୟ ପାଇ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ଅଜୟ ପ୍ରଧାନଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Read More
ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ – ସମୀକ୍ଷା ଖବର

ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୩/୦୮: ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ନେଇ କଳାହାଣ୍ଡି କଲେଜ ଅଫ୍ ଆର୍ଟ ଆଣ୍ଡ ରିସର୍ଚ୍ଚ ପରିସରରେ ଏକ ବିଶେଷ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଏଡିଏମ୍ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିସିଓ ବିବେକାନନ୍ଦ ମହାନନ୍ଦ, ଆସିଷ୍ଟାଣ୍ଟ କଲେକ୍ଟର ଦିନେଶ କାହାର, DIPRO ଅବିନାଶ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଡ. ଅଜୟ ମିଶ୍ର,…

Read More
କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଜନଶୁଣାଣିରେ ୪୪ ଅଭିଯୋଗ, ୭ଟିର ତତ୍କାଳ ସମାଧାନ – ସମୀକ୍ଷା ଖବର

କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଜନଶୁଣାଣିରେ ୪୪ ଅଭିଯୋଗ, ୭ଟିର ତତ୍କାଳ ସମାଧାନ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୦/୦୮: କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଯୋଗଦେଇ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ।ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ, ଜନଶୁଣାଣିରେ ମୋଟ ୪୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୬ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୭ଟି ଗ୍ରାମ ସମ୍ପର୍କିତ ସମସ୍ୟା ଥିଲା। ଏହାଛଡ଼ା ରେଡ୍‌କ୍ରସ୍ ସହାୟତା ପାଇଁ ୧ଟି ଆବେଦନ…

Read More
କୋକସରା:  ଶିକ୍ଷାବିତ୍ ଓ ସମାଜସେବୀ ପ୍ରେମଲାଲ ସାହୁଙ୍କ ପରଲୋକ – ସମୀକ୍ଷା ଖବର

କୋକସରା: ଶିକ୍ଷାବିତ୍ ଓ ସମାଜସେବୀ ପ୍ରେମଲାଲ ସାହୁଙ୍କ ପରଲୋକ

ସଞ୍ଜୟ ଗୋୟଲ/ବ୍ଲକ୍ ନ୍ୟୁଜ୍ ରିପୋର୍ଟର/ କୋକସରା, ୯ ଅଗଷ୍ଟ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଏଇଲି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ପ୍ରେମଲାଲ ସାହୁଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଏଇଲି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଶ୍ରୀ ସାହୁ ଜଣେ ଶିକ୍ଷାବିତ୍ ଭାବେ ଶିକ୍ଷାର ପ୍ରସାର ଓ ସମାଜର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଏଥିସହ ସେ ଜଣେ ସମାଜସେବୀ ଭାବେ ଅସହାୟ, ଗରିବ ଓ ଆବଶ୍ୟକତାରେ…

Read More
ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା – ସମୀକ୍ଷା ଖବର

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା

କୋକସରା ବ୍ଲକ।ଧନୀରାମ ପାଣିଗ୍ରାହୀ – ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା ଦୀର୍ଘ ତିନି ବର୍ଷ ହେଲା ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି ରାସ୍ତା ରେ ବ୍ବଡ଼ ବଡ଼ ଖାଲ ହେଇ ଯାଇଛି। ଅନେକ ଗାଡି ଓଲଟି ପଡିଛି ଏବଂ ଦୁଇ ଚକିଆ ଯାନ ଗୁଡ଼ିକ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇ ଯାଉଛନ୍ତି ଲୋକେ। ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ସରକାର କିଛି ପଦକ୍ଷେପ ନେଉ ନାହାନ୍ତି।Rampur ବାସୀ କଲମପୁର ଜୁନାଗଡ…

Read More