ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ – ସମୀକ୍ଷା ଖବର

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୪/୯: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ,…

Read More
ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା ଖବର

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡିଭବାନୀପାଟଣା, ୨୮ ଅଗଷ୍ଟ ୨୦୨୬ : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଆୟୋଜିତ ହୋଇଯାଇଛି।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣା ଶ୍ରୀ ପ୍ରଭାତ ପରିଡ଼ା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ୍ରୀ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି।କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଏହି ବାବଦରେ ଦୁଇ ସହ ଛାଡ଼ି କୋଟି ଅଠେଇଶି ଳକ୍ଷ୍ୟ ପଞ୍ଚାବନ ହଜାର ଟଙ୍କା କଳାହାଣ୍ଡି ଜିଲ୍ଲାର ହିତାଧିକାରୀ ମାନଙ୍କୁ ଡିବିଟି  ମାଧ୍ୟମରେ ଏହି କିଷ୍ତି ପ୍ରଦାନ କରଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।

Read More
ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା – ସମୀକ୍ଷା ଖବର

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ଭବାନୀପାଟଣା, ୨୬/୦୮ (ଅପ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୭ରେ ଥିବା ସେବକ ନଗର କଲୋନୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ରୁ ପଡି ରହିଛି। ଆଜି କୁ ଦେଢ଼ ମାସ ରୁ ଉର୍ଦ୍ଧ ସମୟ ହେଲାଣି କୌଣସି ପ୍ରକାର ସଫେଇ କାର୍ଯ୍ୟହେଉ ନାହିଁ! ଅଳିଆ ଆବର୍ଜନା ପଡି ରହିଛି। ନା ଛାଡୁ ମରାଯାଉଛି ନା ଡ୍ରେନ ସଫା ହେଉଛି। ନା ବ୍ଲିଚିଙ୍ଗ ପାଉଡର ମରାଯାଉଛି ନା ମସା ତେଲ ମରାଯାଉଛି।  ନଳକୂଅ ଆଜି କୁ ୬ ମାସ ରୁ ଉର୍ଦ୍ଧ ହେଲାଣି ଖରାପହୋଇ ପଡି ରହିଛି। ନଳକୂଅ କୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନାହିଁ!। ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲକୁ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଏବଂ କଲେଜ କୁ ଯାତାୟାତା କରନ୍ତି। ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଉପରକୁ ଆସି ପୋକମାନ ଘର ଭିତରକୁ ପଶିଯିବା ସହିତ ଦୁର୍ଗନ୍ଧ ବାସନା ଘର ଭିତରକୁ ପଶି ଯାଉଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ୱାର୍ଡ଼ବାସିଙ୍କ ଅନେକଥର ଦେହ ଅସୁସ୍ଥ ହେଉଅଛି ବାରମ୍ବାର ପୗରପାଳିକା ଜମାଦାର ଓ ସୁପରଭାଇଜରକୁ ଗୁହାରି କଲେ ମଧ୍ୟ ନ ଶୁଣିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷ ମଧ୍ୟ ଏହି କଥାକୁ ଦୃଷ୍ଟି ଗୌଚର କରୁନାହାନ୍ତି। କାଳେ ହାଇଜା ହେଲେ କିମ୍ଵା ଅନ୍ୟ କୌଣସି ଗୁରୁତ୍ବର ରୋଗ ରେ ୱାର୍ଡ଼ବାସି ଆକ୍ରାନ୍ତ ହେଲେ ଏହା ପାଇଁ ଦାୟି କିଏ? । ପୗରପାଳିକା ନା ପ୍ରଶାସନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Read More
ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ – ସମୀକ୍ଷା ଖବର

ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ୨୭/୦୮: କେସିଙ୍ଗାବ୍ଲକ, ଗୋକୁଲେଶ୍ୱର ପଞ୍ଚାୟତ: ଯୁଯୁରାଙ୍ଗ ଗାଁର ପୋଖରୀକୁ ଯିବା ରାସ୍ତାରେ ଏକ ଟ୍ରାନ୍ସଫର୍ମର ଅସୁରକ୍ଷିତ ଓ ବିପଦଜନକ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲୋକଙ୍କ ଯାତାୟାତ ହେଉଥିବା ରାସ୍ତା ନିକଟରେ ଟ୍ରାନ୍ସଫର୍ମରଟି ଖୋଲା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛୋଟ ପିଲାମାନେ ମଧ୍ୟ ଯାତାୟାତ କରୁଥିବାରୁ ବିଦ୍ୟୁତ୍ ଦୁର୍ଘଟଣାର ଆଶଙ୍କାକୁ ଅଣଦେଖା କରାଯାଇପାରେନାହିଁ। ଟ୍ରାନ୍ସଫର୍ମର ଚାରିପାଖରେ ଯଥେଷ୍ଟ ସୁରକ୍ଷା ବାଡ଼, ଚେତାବନୀ ଫଳକ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଗୋଟିଏ ଗାଈ ବିଦ୍ୟୁତ୍ ଆଘାତରେ ଅଳ୍ପକେ ବଂଚିଯାଇଥିଲା ।ଏଭଳି ବିପଦଜନକ ସ୍ଥିତି ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ କର୍ମଚାରୀମାନେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ପଦକ୍ଷେପ ନେଇନାହାନ୍ତି, ତାହା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପରେ ତଦନ୍ତ କରିବା ଅପେକ୍ଷା, ତାହା ପୂର୍ବରୁ ବିପଦକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ହିଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱ। ତେଣୁ ପ୍ରଶ୍ନ ଉଠୁଛି—ଯଦି ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟେ, ତେବେ ଦାୟିତ୍ୱ କାହାର ରହିବ?ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରୁ। ଏଥିସହ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ମିଳିଥିଲା କି ନାହିଁ ଏବଂ ମିଳିଥିଲେ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିଭାଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Read More
ଭବାନୀପାଟଣା: ଶିଶୁ ସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ ଉପରେ କର୍ମଶାଳା – ସମୀକ୍ଷା ଖବର

ଭବାନୀପାଟଣା: ଶିଶୁ ସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ ଉପରେ କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୨୫/୦୮: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଭବାନୀପାଟଣା ଠାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ…

Read More
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ – ସମୀକ୍ଷା ଖବର

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି -୨୬/୦୮ଭବାନୀପାଟଣା: ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନକ୍ରମେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣାଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ (ବି.ପି.) ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପ ପ୍ରଜ୍ୱଳନ…

Read More
କଳାହାଣ୍ଡି :ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ସମନ୍ୱୟ ବୈଠକ – ସମୀକ୍ଷା ଖବର

କଳାହାଣ୍ଡି :ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ସମନ୍ୱୟ ବୈଠକ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ୨୧/୦୮/୨୦୨୬ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।ଏହି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ,…

Read More
କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ – ସମୀକ୍ଷା ଖବର

କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା : ଜିଲ୍ଲାର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ରୋଗୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହସ୍ପିଟାଲର OPD ବନ୍ଦ ହୋଇଯାଇଥିବା ଏବଂ ମେଡିକାଲ୍ ଷ୍ଟାଫ୍‌ମାନେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ପଚାରାଯାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ନିରବଚ୍ଛିନ୍ନ ଚିକିତ୍ସାସେବା ଯୋଗାଇଦେବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Read More
କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ବୈଠକ: ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ – ସମୀକ୍ଷା ଖବର

କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ବୈଠକ: ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।ବୈଠକରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଉପସଭାପତି…

Read More
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ – ସମୀକ୍ଷା ଖବର

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୧୫/୦୮/୨୦୨୬: କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ପ୍ରାତଃକାଳୀନ ରାମଧୁନ୍‌, ପ୍ରଭାତଫେରି ଏବଂ ସହରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟ ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

Read More