ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୪/୯: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ, ସ୍ୱାସ୍ଥ୍ୟ ସୂଚକ, ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ, ପୂର୍ଣ୍ଣ ଟୀକାକରଣ, ରକ୍ତହୀନତା ନିୟନ୍ତ୍ରଣ ଏବଂ ଅସଂକ୍ରାମକ ରୋଗ ନିୟନ୍ତ୍ରଣ ସମ୍ପର୍କରେ ଅଧିକାରୀମାନେ ଉପସ୍ଥାପନା କରିଥିଲେ। ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ, ଜିଲ୍ଲାରେ ୧ଟି ମେଡିକାଲ କଲେଜ, ୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୧ଟି ଉପଖଣ୍ଡ ଚିକିତ୍ସାଳୟ, ୧୭ଟି ସିଏଚସି, ୪୫ଟି ଆମ ହସ୍ପିଟାଲ ପିଏଚସି ଓ ୨୪୧ଟି ଆମ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଅଛି।

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ – ସମୀକ୍ଷା


ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ IRS କାର୍ଯ୍ୟକ୍ରମ, LLIN ବଣ୍ଟନ, DAMaN ଶିବିର, ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଏବଂ ରିୟଲ ଟାଇମ ମନିଟରିଂ ପାଇଁ ODK ଟୁଲ ବ୍ୟବହାର ଭଳି ପଦକ୍ଷେପ ନିଆଯାଇଥିବା ଅଧିକାରୀମାନେ ଜଣାଇଥିଲେ।
ମାତୃ ସ୍ୱାସ୍ଥ୍ୟ କ୍ଷେତ୍ରରେ PMSMA, SUMAN ଓ SAMMMPuRNA କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀଙ୍କ ଚିହ୍ନଟ, ଅଲ୍ଟ୍ରାସାଉଣ୍ଡ ସେବା ଏବଂ ମାତୃ ଓ ଶିଶୁଙ୍କ ପାଇଁ ନିରାପଦ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି, ଜାତୀୟ ସିକେଲ ସେଲ ଏନିମିଆ ନିରାକରଣ ମିଶନ ଅଧୀନରେ ଜିଲ୍ଲାରେ ବ୍ୟାପକ ସ୍କ୍ରିନିଂ, ଗାଜେଲ ମେସିନ ଦ୍ୱାରା ପରୀକ୍ଷା ଏବଂ ରୋଗୀଙ୍କୁ ନିୟମିତ ଚିକିତ୍ସା ସେବା ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଥିଲା।
ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା, ଶୂନ୍ୟପଦ ପୂରଣ, ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ, ମ୍ୟାଲେରିଆ ଓ ସିକେଲ ସେଲ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ଦୂରଦୁରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲାପାଳ ପୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥି, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତଲାବିରା କୋଇଲା ଡମ୍ପ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ : ଘନ ଧୂଆଁରେ ପରିବେଶ ଅସ୍ତବ୍ୟସ୍ତ, କୋଟି କୋଟି ଟଙ୍କାର କୋଇଲା କ୍ଷତି ନେଇ ପ୍ରଶ୍ନ‘ଦାୟିତ୍ୱ କିଏ ନେବ?, କମ୍ପାନୀର ଆଭିମୁଖ୍ୟକୁ ନେଇ ତେଜିଲା ଅସନ୍ତୋଷ