ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି
ଭବାନୀପାଟଣା, ୨୮ ଅଗଷ୍ଟ ୨୦୨୬ : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଆୟୋଜିତ ହୋଇଯାଇଛି।

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା

 ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣା ଶ୍ରୀ ପ୍ରଭାତ ପରିଡ଼ା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ୍ରୀ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି।
କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ।

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା


ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଏହି ବାବଦରେ ଦୁଇ ସହ ଛାଡ଼ି କୋଟି ଅଠେଇଶି ଳକ୍ଷ୍ୟ ପଞ୍ଚାବନ ହଜାର ଟଙ୍କା କଳାହାଣ୍ଡି ଜିଲ୍ଲାର ହିତାଧିକାରୀ ମାନଙ୍କୁ ଡିବିଟି  ମାଧ୍ୟମରେ ଏହି କିଷ୍ତି ପ୍ରଦାନ କରଯାଇଛି। 
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬, ସମୃଦ୍ଧ ଓଡିଶା ପାଇଁ ପ୍ରତ୍ୟେକ ମହିଳା ଉଦଯୋଗୀ ହେବାକୁ ପଡ଼ିବ- ମନ୍ତ୍ରୀ