ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର


ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ସମୀକ୍ଷା ନ୍ୟୁଜ :
ଭବାନୀପାଟଣା, ୨୯/୯/୨୦୨୬: ଆସନ୍ତା ଦୁର୍ଗାପୂଜା ଓ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତ୍ରଯାତ୍ରା-୨୦୨୬ର ସୁଚାରୁ ପରିଚାଳନା ନିମନ୍ତେ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଆସନ୍ତା ୧୯ ଅକ୍ଟୋବର ମା’ ମାଣିକେଶ୍ୱରୀଙ୍କ ଛତ୍ରଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମାପନ କରିବା ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମା’ଙ୍କ ଛତର ଜେନାଖାଲରେ ପୂଜାର୍ଚ୍ଚନା ପରେ ସକାଳ ୫ଟାରେ ଭକ୍ତଙ୍କ ଗହଣରେ ମନ୍ଦିର ଅଭିମୁଖେ ବାହାରିବ ଏବଂ ଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ମନ୍ଦିରରେ ପ୍ରବେଶ କରିବ। ଛତ୍ରଯାତ୍ରା ପାଇଁ ରାସ୍ତା ମରାମତି, ନାଳନର୍ଦ୍ଦମା ସଫେଇ, ପାନୀୟ ଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ, ଆମ୍ବୁଲାନ୍ସ ବ୍ୟବସ୍ଥା, ମାଜିଷ୍ଟ୍ରେଟ୍ ନିଯୁକ୍ତି, ସିସିଟିଭି ସ୍ଥାପନ, ଜନସମାଗମ ନିୟନ୍ତ୍ରଣ, ବାଇପାସ୍ ରାସ୍ତା ବ୍ୟବସ୍ଥା, ବୁଲା ଗାଈଗୋରୁ ନିୟନ୍ତ୍ରଣ ଏବଂ ମଦ ଓ ନିଶାଦ୍ରବ୍ୟ ବିକ୍ରି ନିଷେଧ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ – ସମୀକ୍ଷା


ମା’ଙ୍କ ଛତ୍ରଯାତ୍ରାରେ ରାଜାବାଟି ପକ୍ଷରୁ ପୁରସ୍କୃତ ଘୁମୁରା ଦଳ ସମେତ ପୋଲିସ ବିଭାଗ ଦ୍ୱାରା ଚିହ୍ନଟ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ସାଂସ୍କୃତିକ ଦଳର ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ମଧ୍ୟ ପୋଲିସ ପକ୍ଷରୁ ପୃଥକ ବୈଠକ କରାଯିବ।
ଦୁର୍ଗାପୂଜା ଅବସରରେ ପୂଜା ମଣ୍ଡପ ଓ ମେଢ଼ ବିସର୍ଜନ ପାଇଁ ନିର୍ଦ୍ଧାରିତ ପୁଷ୍କରିଣୀରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ ସ୍ୱାସ୍ଥ୍ୟସେବା, ସୂଚନା କେନ୍ଦ୍ର, ଧାରା ବିବରଣୀ ଓ ଚାକ୍ଷୁଷ ଧାରା ବିବରଣୀ ପାଇଁ ମଧ୍ୟ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡିଏଫ୍‌ଓ ଉତ୍ତର ପ୍ରଭାକର ବର୍ମା, ଡିଏଫ୍‌ଓ ଦକ୍ଷିଣ ଆର୍‌. କଲାଇଭାନନ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ, ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷ୍ୟା ଅଗ୍ରୱାଲ, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ଧନୁ ଗହୀର, କଳାହାଣ୍ଡି ରାଜା ପ୍ରସାଦ ପକ୍ଷରୁ ଅଶୋକ ନେଗୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟି କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ଶେଷରେ ଡେପୁଟୀ କଲେକ୍ଟର ଜୁଡିସିଆଲ ବିରୂପାକ୍ଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ