ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ

ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦୀର୍ଘ ଦୁଇ ବର୍ଷ ହେଲା ଏହି ଅଞ୍ଚଳରେ ବଣୁଆ ହାତୀପଲଙ୍କ ଚଳପ୍ରଚଳ ଜାରି ରହିଥିବା ବେଳେ ଏବେ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଲାଗି ରହିଛି। ସନ୍ଧ୍ୟା ହେଲେ ଗାଁ ଲୋକେ ନିଜ ଛୋଟ ପିଲାଙ୍କୁ ଧରି ଘର ଛାତ ଉପରେ ରହି ପହରା ଦେଇ ଅନିଦ୍ରା ରାତ୍ରିଯାପନ କରୁଛନ୍ତି।

ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ – ସମୀକ୍ଷା

ସୂଚନା ଅନୁଯାୟୀ, ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାବାଞ୍ଜି ରେଞ୍ଜ ନିକଟ ବେଲବାଞ୍ଜି ଜଙ୍ଗଲରୁ ପ୍ରାୟ ୧୫ ଟିକିଆ ହାତୀପଲ ଆସି ପ୍ରଥମେ ବିରୁନ ଧରୁଆଙ୍କ ମାଟି କୁଡ଼ିଆ ଭାଙ୍ଗି ନିକଟରେ ଥିବା ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏହାପରେ ଦେଶୀଳ ଗ୍ରାମର ହରେକୃଷ୍ଣ ଗନିଆଁରଙ୍କ ଧାନ କ୍ଷେତରେ ପଶି ବହୁ ମାତ୍ରାରେ ଫସଲ ନଷ୍ଟ କରି ମାଲିଶିରା ଆମ୍ବପାଲି ଗ୍ରାମ ନିକଟରେ ଥିବା ଚାଷୀ ରଘୁମଣି ପୁଟେଲଙ୍କ କପା ଚାଷ ଓ ୨୦ରୁ ଅଧିକ କଦଳୀ ଗଛ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଧାର କରଜ କରି ଚାଷ କରୁଥିବା ଚାଷୀଙ୍କ ଫସଲ ହାତୀପଲ ନଷ୍ଟ କରିଦେଉଥିବାରୁ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି।

ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅପହଞ୍ଚ ଇଲାକାର କରୁଣ କାହାଣୀ:ଗର୍ଭବତୀ ୬ କିଲୋମିଟର ବୁହାହେଲେ