ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପିଟାପରାରେ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା, ବିଶିଷ୍ଟ ବ୍ୟକ୍ତି ସମ୍ମାନିତ

ପିଟାପରାରେ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା, ବିଶିଷ୍ଟ ବ୍ୟକ୍ତି ସମ୍ମାନିତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୯/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଲେବଡ଼ା ପଞ୍ଚାୟତର ପିଟାପରା ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଏକ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମା’ ଜଗତଜନନୀ ଶାରଦୀୟ ଦୁର୍ଗାପୂଜା ଭାଇ ଜିଉଁନ୍ତିଆ କମିଟି ଓ ଯୁବ ଜ୍ୟୋତି କ୍ଲବ, ପିଟାପରା ଆନୁକୂଲ୍ୟରେ ରବିବାର ସନ୍ଧ୍ୟା ୮ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ଉପ-ଡାକପାଳ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଶିକ୍ଷା ଓ ସମୃଦ୍ଧି ଉପରେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ସମାଜସେବୀ ଡ. ଅନ୍ନଦା ଶଙ୍କର ଦାସ, କୋଶଲ କବି ଯଶୋବନ୍ତ ସାହୁ, ସରପଞ୍ଚ ପ୍ରତିନିଧି ନବେ ହାତୀ, ୱାର୍ଡ ମେମ୍ବର ବାସୁଦେବ ସାହୁ, ନରେନ୍ଦ୍ର ମହାରଣା, ତପନ ଦୀପ, ପିଣ୍ଟୁ ଦୀପ, ଅବସରପ୍ରାପ୍ତ ଯବାନ ଯୁବରାଜ ମାଝୀ ଓ ଜୟନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଦିଗ୍‌ଦର୍ଶନ ଦେଇଥିଲେ।

ପିଟାପରାରେ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗିତା, ବିଶିଷ୍ଟ ବ୍ୟକ୍ତି ସମ୍ମାନିତ – ସମୀକ୍ଷା

ଏହି ଅବସରରେ ଆଦର୍ଶ ଡାକ୍ତର ଭାବେ ଡ. ଅନ୍ନଦା ଶଙ୍କର ଦାସ ଓ ଅବସରପ୍ରାପ୍ତ ଭାରତୀୟ ସୈନିକ ଯୁବରାଜ ମାଝୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହେନ୍ଦ୍ର ସାହୁ, ଉମାକାନ୍ତ ସାହୁ ଓ ସୋମନାଥ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ମଞ୍ଚ ପରିଚାଳନା ଦୁଧେଶ୍ୱର ସାହୁ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ ସାହୁ, ସିତୁ ସାହୁ ଓ ରମେଶ ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଚାରକ ଭାବେ ସତ୍ୟନାରାୟଣ ସାହୁ, ସେଜଲ ମେହେର ଓ ବିଜୟ କୁମାର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ।

ନିରପେକ୍ଷ ବିଚାର ପରେ ଶାଇନିଂ ଷ୍ଟାର ଗ୍ରୁପ୍ ଟିଟିଲାଗଡ଼ ପ୍ରଥମ, ଟି.କେ ଷ୍ଟାର ଗ୍ରୁପ୍ ଗୁଞ୍ଜିତରା ଦ୍ୱିତୀୟ ଏବଂ ହାପି ଡ୍ୟାନ୍ସ ଗ୍ରୁପ୍ ଲୁଠୁରବନ୍ଧ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ଶେଷରେ ମା’ ଜଗତଜନନୀ ଦୁର୍ଗାପୂଜା କମିଟି ଓ ଯୁବ ଜ୍ୟୋତି କ୍ଲବର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ