ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୧୭/୧୦/୨୬ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷା ଜୀବନ ପାଇଁ ପ୍ରେରଣାଦାୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ସଦାନନ୍ଦ ପ୍ରଧାନ (ଇଂରାଜୀ ବିଭାଗ) ଏବଂ ଶ୍ରୀମତୀ ଭବାନୀ ପୋଢ଼ (ଓଡ଼ିଆ ବିଭାଗ) ଛାତ୍ରଛାତ୍ରୀଙ୍କୁ ସଫଳତା ପାଇଁ ଦିଗଦର୍ଶନ ଦେଇଥିଲେ। ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ପୁନମରାଣୀ ରଥ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ବିକ୍ରମ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ, ଶୃଙ୍ଖଳା ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ସମାରୋହଟି ସ୍ମରଣୀୟ ହୋଇଥିଲା।

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା