ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୧୭/୧୦/୨୬ ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମୁକାବିଲା ହଳଦୀ ଓ ପାତଳପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ହଳଦୀ ଦଳ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୫୨ ରନ ସଂଗ୍ରହ କରିଥିବା ବେଳେ ପାତଳପଡା ଦଳ ୩ ଓଭର ୨ ବଲରେ ୫୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ବିଜୟୀ ଦଳକୁ ୧୭ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।






