ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ – ସମୀକ୍ଷା ଖବର

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ:

ଭବାନୀପାଟଣା, ୦୨।୧୦: ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆଜି ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ ୨୦୨୬’ କାର୍ଯ୍ୟକ୍ରମ ମହାଆଡମ୍ବରରେ ଉଦ୍‌ଘାଟିତ ହୋଇଛି। ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ କଳା, କ୍ରୀଡ଼ା ଓ ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ସ୍ନିଗ୍ଧା ପଣ୍ଡା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ସଦସ୍ୟ ବିଶ୍ୱନାଥ ଦାଶ, ରାମ ନାରାୟଣ ରଥ ଓ ଯଶୋବନ୍ତି ଦେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ଭବାନୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, DSP ମୁକ୍ତି କୁମାର କୁଲୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ, ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳେଇ, SWO ନିୟତିବାଳା ସୋରେନ, ଉପଖଣ୍ଡୀୟ ସୁରକ୍ଷା ଅଧିକାରୀ ଫୁଲେନ୍ସିଆ ସୋରେନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ – ସମୀକ୍ଷା

ଦୁଇଦିନିଆ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ବାଳକ ଓ ବାଳିକାଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହେଉଛି। କ୍ୟାରମ୍, ଚେସ୍, ଫୁଟବଲ୍, ଲମ୍ବଡିଆଁ, ଉଚ୍ଚଡିଆଁ, ୧୦୦ ଓ ୨୦୦ ମିଟର ଦୌଡ଼ ସହିତ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, ଦଳଗତ ନୃତ୍ୟ, ଏକକ ସଙ୍ଗୀତ ଓ ‘ଟ୍ୟାଲେଣ୍ଟ ହଣ୍ଟ’ ଆଦି ପ୍ରତିଯୋଗିତା ରହିଛି। ପ୍ରଥମ ଦିନ ‘ଉତ୍ସାହ’ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିବାବେଳେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା ୩ ଅକ୍ଟୋବରରେ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁଇଦିନିଆ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରୁଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ‘ଉତ୍ସାହ ଓ ମହକ’ କାର୍ଯ୍ୟକ୍ରମ ପାଇଁ ଚୟନ କରାଯିବ। ସେମାନେ ରାଜ୍ୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲାର ପ୍ରତିନିଧିତ୍ୱ କରିବେ। କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଂଶୁମାନ ବାବୁ ପରିଚାଳନା କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ