ଦଲାଲଙ୍କ କବ୍ଜାରେ କେନ୍ଦୁଝର ରକ୍ତ ଭଣ୍ଡାର

ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର, ୨/୮/୨୪: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ବେଧଡକ ରକ୍ତ ବିକ୍ରି। ଦଲାଲଙ୍କ କବଜା ରେ କେନ୍ଦୁଝର ରକ୍ତ ଭଣ୍ଡାର ଯାହାର ଶିକାର ହେଉଛନ୍ତି ଗରିବ ଖଟି ଖିଆ। ଜଣେ ରୋଗୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ବଡବିଲ ଅଞ୍ଚଳ ରୁ ଆସିଥିବା ଅସୁସ୍ଥ ଥିବାରୁ ଗତ ୨୯ ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଲିଭର୍ ରେ ଅସୁବିଧା ରହିଛି ବୋଲି ଡାକ୍ତର କହିଥିଲେ। ତିନୋଟି ରକ୍ତ ଲାଗିବ ବୋଲି ଡାକ୍ତର କହିବାରୁ ତାଙ୍କର ସମ୍ପର୍କୀୟ ଙ୍କ ଠାରୁ ବୁଝା ସୁଝା ପରେ ମେଡିକାଲ ସମ୍ମୁଖ ରେ ରାଜେନ୍ଦ୍ର ସାହୁ ନାମକ ଯୁବକ ସହିତ ସୁନିଆ ମୁଣ୍ଡାଙ୍କ ସ୍ତ୍ରୀ ଗୀତା ମୁଣ୍ଡା ରକ୍ତ ଦେବେ ବୋଲି କହିଥିଲେ। ପରବର୍ତ୍ତୀ ସମୟ ରେ ତିନି ହଜାର ଟଙ୍କା ଦାବି କରିଥିଲା ରାଜେନ୍ଦ୍ର ସାହୁ। ବହୁ କଷ୍ଟ ରେ ଯୋଗାଡ କରି ତିନି ହଜାର ଟଙ୍କା ଫୋନ ପେ ମାଧ୍ୟମ ରେ ତାଙ୍କ ସମ୍ପର୍କୀୟ ଙ୍କ ମାଧ୍ୟମ ରେ ଦେଇଥିଲେ। ଏ ସମ୍ପର୍କ ରେ ଏକ ସ୍ବେଛସେବୀ ସଂଗଠନ ଖବର ପାଇ ତାଙ୍କୁ ଭେଟିଥିଲେ। ପରେ ମହିଳା ଜଣକ କେନ୍ଦୁଝର ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା ଜଣାପଡିଛି। ମେଡିକାଲ କୁ ଆସୁଥିବା ଏଭଳି ଅନେକ ରୋଗୀ ଏହି ଦଲାଲ ଙ୍କ କବଜା ରେ ପଡ଼ି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ନଜର କୁ ଆସିଛି। ଯାହାକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମେଡିକାଲ କତୃପକ୍ଷ ନିଦା ବିଷ୍ଣୁ ସାଜି ସୋଇ ରହିଛି। ରକ୍ତ ଭଣ୍ଡାର ର କିଛି କର୍ମଚାରୀ ଙ୍କ ସହିତ ଏହି ଦଲାଲ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି ଯାହାକୁ ନେଇ ସ୍ବେଛାସେବୀ ସଂଗଠନ ଏହାର ଏକ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *