ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା ଖବର

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୨୭.୦୮.୨୬/ (ସମୀକ୍ଷା ନ୍ୟୁଜ):

ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି।

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା

​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ ଭୂସ୍ଖଳନ ଯୋଗୁଁ ବହୁ ଧନଜୀବନ ନଷ୍ଟ ହୋଇଛି। ଏହି ବନ୍ୟାରେ ଶହ ଶହ ବିଦେଶୀ ପର୍ଯ୍ୟଟକ ଓ ଭାରତୀୟ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ବାରିପଦାର କୁଲସୁମ ନିଗାର ମଧ୍ୟ ରହିଛନ୍ତି, ଯାହାଙ୍କୁ ନେଇ ବର୍ତ୍ତମାନ ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ରହିଛି। ​କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ନେପାଳ ପ୍ରଶାସନ ଏବଂ ସେନା ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜ ଯୁବତୀଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୁରାକ ମିଳିପାରି ନାହିଁ।

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ