Headlines

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୭.୦୮.୨୬/ (ସମୀକ୍ଷା ନ୍ୟୁଜ):

ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି।

​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ ଭୂସ୍ଖଳନ ଯୋଗୁଁ ବହୁ ଧନଜୀବନ ନଷ୍ଟ ହୋଇଛି। ଏହି ବନ୍ୟାରେ ଶହ ଶହ ବିଦେଶୀ ପର୍ଯ୍ୟଟକ ଓ ଭାରତୀୟ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ବାରିପଦାର କୁଲସୁମ ନିଗାର ମଧ୍ୟ ରହିଛନ୍ତି, ଯାହାଙ୍କୁ ନେଇ ବର୍ତ୍ତମାନ ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ରହିଛି। ​କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ନେପାଳ ପ୍ରଶାସନ ଏବଂ ସେନା ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜ ଯୁବତୀଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୁରାକ ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *