ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର – ସମୀକ୍ଷା ଖବର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ):

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା।

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର – ସମୀକ୍ଷା


​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C X 7877)ଜୋର୍ରେ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।
​ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଡ଼ିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଖଣା ସାହି ଗ୍ରାମର ଲଖ୍ମଣ ମୁର୍ମୁ (୨୦, ପିତା: ଲଦ ମୁର୍ମୁ) ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ ଓ ହାତ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
​ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ କପ୍ତିପଦା ଡାକ୍ତରଖାନା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ