ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ):
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C X 7877)ଜୋର୍ରେ ଧକ୍କା ଦେଇଥିଲା। ଫଳରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।
ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଡ଼ିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଖଣା ସାହି ଗ୍ରାମର ଲଖ୍ମଣ ମୁର୍ମୁ (୨୦, ପିତା: ଲଦ ମୁର୍ମୁ) ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ ଓ ହାତ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ କପ୍ତିପଦା ଡାକ୍ତରଖାନା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।



Total Users : 3741