Headlines

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୮/୦୮/୨୬
ମାଲକାନଗିରି ସଦରସ୍ଥିତ ୧୧୦ ବାହିନୀ ବିଏସଏଫ୍‌ କ୍ୟାମ୍ପ ମୁଖ୍ୟାଳୟ ଏମ୍.ଭି.୩ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।


​ଆଜି ପୂର୍ବାହ୍ନ ୧୧:୩୦ ରୁ ୧୨:୧୦ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫ ଜଣ ପ୍ରତିନିଧି ୩ ଜଣ ଭଉଣୀ ଓ ୨ ଜଣ ଭାଇ ଯୋଗଦେଇ ୧୧୦ ବାହିନୀ ବିଏସଏଫ୍‌ର ଦ୍ୱିତୀୟ କମାଣ୍ଡାଣ୍ଟ ଅଫିସର ଙ୍କ ସମେତ ୫ ଜଣ ଆଞ୍ଚଳିକ ଅଫିସର, ୧୨ ଜଣ ଏସଓ ଏବଂ ୨୭ ଜଣ ଯବାନଙ୍କୁ ସମୁଦାୟ ୪୫ ଜଣଙ୍କୁ ସ୍ନେହ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ବାନ୍ଧିଥିଲେ।


​କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତ ଯବାନ ଓ ଅଧିକାରୀମାନେ ନିଜେ ନିଶାମୁକ୍ତ ରହିବା ସହ ସମ୍ପୂର୍ଣ୍ଣ ଦେଶକୁ ନିଶାମୁକ୍ତ କରିବା ପାଇଁ ଦୃଢ଼ ଶପଥ ଗ୍ରହଣ କରିଥିଲେ। ସୀମା ସୁରକ୍ଷା ବଳର ଏହି ସାମାଜିକ ଓ ଆଧ୍ୟାତ୍ମିକ ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *