ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ – ସମୀକ୍ଷା ଖବର

ରାୟପୁର/ ସମୀକ୍ଷା ନିୟୁଜ/ ତା ୨୮.୦୮.ରିଖ ରାୟପୁର ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ପ୍ରାୟ ୨୧୦୦ ଜଣ ମାତା ଓ ଭଉଣୀ , ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଧିପୂର୍ବକ ଓ ଶ୍ରଦ୍ଧାର ସହିତ ରାଖୀ ପିନ୍ଧାଇ ଥିଲେ । ଏହି ପବିତ୍ର ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିର ପରିସର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି, ବୈଦିକ ମନ୍ତ୍ରୋଚ୍ଚାର ତଥା ଆଧ୍ୟାତ୍ମିକ ଉଚ୍ଛ୍ଵାସରେ ମୁଖରିତ ହୋଇଉଠିଥିଲା। ରାକ୍ଷୀ ପୁର୍ଣିମା ଦୃଷ୍ଟିରୁ ବଢ଼ି ଭୋରରୁ ମନ୍ଦିରରେ ମହିଳା ମାନଙ୍କର ଭାରି ଭିଡ଼ ଲାଗିଥିଲା। ଉପସ୍ଥିତ ସହସ୍ରାଧିକ ମାଆ ଓ ଭଉଣୀ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ କେନ୍ଦ୍ରକରି ପ୍ରବଳ ଆନନ୍ଦ,ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା। ମାତା ଓ ଭଉଣୀମାନେ ଭଗବାନଙ୍କୁ ମହିଳା ମାନଙ୍କର ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରାର୍ଥନା କରିଥିଲେ ।

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ – ସମୀକ୍ଷା


ସମାବେଶକୁ ସମ୍ବୋଧନ କରି ଉତ୍ସବର ମୁଖ୍ୟ ଆୟୋଜକ, ସ୍ଥାନୀୟ ବିଧାୟକ ଏବଂ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଭଗବାନ ଜଗନ୍ନାଥଙ୍କୁ ରକ୍ଷା ସୂତ୍ର ଅର୍ପଣ କରିବା କେବଳ ଏକ ଧାର୍ମିକ ଆସ୍ଥା ନୁହେଁ ବରଂ ଏହି ପରମ୍ପରା ସମାଜରେ ଭାଇ-ଭଉଣୀର ପବିତ୍ର ସମ୍ପର୍କ, ପାରିବାରିକ ସଂସ୍କାର, ପରସ୍ପର ମଧ୍ୟରେ ପ୍ରେମ ଓ ନାରୀଜାତିକୁ ସମ୍ମାନ ପ୍ରଦର୍ଶନର ସ୍ଵାକ୍ଷର ବହନ କରୁଥିବା ସୁଚାଇଥିଲେ। ମାତୃଶକ୍ତି ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରଦେଶ ଓ ଦେଶର ସୁଖ, ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ପାଇଁ କାମନା କରିଥିବା ଶ୍ରୀ ମିଶ୍ର କହିଛନ୍ତି । ଭଗବାନ ଜଗନ୍ନାଥ ସ୍ୱାମୀ ସମସ୍ତଙ୍କ ଉପରେ କୃପା ରଖିବା ଏବଂ ସମାଜରେ ଶ୍ରଦ୍ଧା,ସଦ୍ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ବହୁ ସଂଖ୍ୟା ରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ମାତା-ଭଉଣୀ, ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା, ସମାଜସେବୀ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଜଣାଇଥିଲେ ।

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ – ସମୀକ୍ଷା

ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା :- ଜନପ୍ରତିନିଧି,ସମାଜସେବୀ ଓ ନେତ୍ରୁ ମଣ୍ଡଳୀ ଆଦି ସାମିଲ ହୋଇ ଥିଲେ। ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଲକ୍ଷ୍ମୀ ବର୍ମା , ପୂର୍ବତନ ସାଂସଦ ସରୋଜ ପାଣ୍ଡେ, ଭାଜପା ଜିଲ୍ଲା ସଭାପତି ରମେଶ ସିଂହ ଠାକୁର, ଭାଜପା ମହିଳା ମୋର୍ଚାର ପ୍ରଦେଶ ସଭାପତି ବିଭା ଅବସ୍ଥୀ, ରାୟପୁରର ମେୟର ମୀନଲ ଚୌବେ ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମମତା ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ଏହା ବ୍ୟତୀତ ଭାଜପାର ମୁଖପାତ୍ ପିୟୂଷ ମିଶ୍ର, ମଣ୍ଡଳ ଅଧ୍ୟକ୍ଷ ରାମ ପ୍ରଜାପତି, ଦଲବିନ୍ଦର ବେଦୀ, ଜିଲ୍ଲା ମନ୍ତ୍ରୀ ଅର୍ଚନା ହୁକରେ, ନଗର ନିଗମ ଏମ୍.ଆଇ.ସି. ସଦସ୍ୟ ମହେନ୍ଦ୍ର ଖୋଡ଼ିୟାର, ସଞ୍ଜନା ସନ୍ତୋଷ ହିୟାଲ, ଅମର ଗିଦ୍ୱାନୀ, ସନ୍ତୋଷ ସୀମା ସାହୁ, ପାର୍ଷଦ ମହେଶ ଧ୍ରୁବ, କୈଲାଶ ବେହେରା, ମହେଶ ବଘେଲ, ରାଜେଶ ଗୁପ୍ତା, ପୁଷ୍ପା ରୋହିତ ସାହୁ, ସ୍ୱପ୍ନିଲ ମିଶ୍ର ଜୀ, ମମତା ସୋନୁ ତିୱାରୀ, ଜ୍ଞାନଚନ୍ଦ ଚୌଧୁରୀ ଏବଂ ଆକାଶ ତିୱାରୀ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଆଗନ୍ତୁକ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆୟୋଜନ ସମିତି ତରଫରୁ ଭୋଜନର ବ୍ୟବସ୍ଥା କରାଯାଇଥିଲା।

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ