Headlines

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୯/୦୮/୨୬:
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି।
​ଅଗଷ୍ଟ ୨୮ ପ୍ରଥମ ଦିବସ
ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
​ଅଗଷ୍ଟ ୨୯ ଦ୍ୱିତୀୟ ଦିବସ


ଦ୍ୱିତୀୟ ଦିବସରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
​ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଆଇଆଇସି ଦେବଦତ୍ତ ମାଲିକ, ସାମ୍ବାଦିକ ସଂଘର ସଭାପତି ଦେବପ୍ରସାଦ ଦାସ, ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
​ଅଗଷ୍ଟ ୩୦ ତୃତୀୟ ଦିବସ ଆଗାମୀ କାର୍ଯ୍ୟକ୍ରମ
ଉଦ୍‌ଯାପନୀ ଦିବସରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କୁ ସଫଳ କରିବା ପାଇଁ ଏକ ସାଇକେଲ ରାଲି ଆୟୋଜନ କରାଯିବ। ଏହି ରାଲି ଡି ଏନ୍ କେ ଖେଳପଡ଼ିଆ ଠାରୁ ବାହାରି ଷ୍ଟାଡିୟମ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ।
ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାବାସୀଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *