ମୁରିବାହାଲ, ୨୬/୦୬./୨୬ ଭଗବାନ ମହାନ୍ତି: ବିଳମ୍ବିତ ରାତିରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ପିକଅପ୍ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଛି।
ଡ୍ରାଇଭର ପ୍ରତାପ ଖୁଟେ, (୨୦), କହିବା ଅନୁଯାୟୀ ରାଇପୁରରୁ କେସିଙ୍ଗାକୁ ପିଆଜ ବୋଝେଇ ପିକଅପ୍ ଗାଡି ନଂ CG 04 QU 0672 ନେଇ ଆସିବା ସମୟରେ ପାଖାପାଖି ରାତି ୨ଟାରେ ତାଙ୍କୁ ନିଦ ଲାଗିଯାଇଥିଲା। ଫଳରେ ଗାଡିଟି ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ଖୁଣ୍ଟଟି ଚୁରମାର ହୋଇଯାଇଥିଲା ଏବଂ ଗାଡିଟି ଓଲଟି ପଡିଥିଲା।

ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇଥିଲେ ମଧ୍ୟ ୧୧ କେଭି ବିଦ୍ୟୁତ ତାର ଝୁଲି ରହିଥିଲା। ଡ୍ରାଇଭର ଓ ତାଙ୍କର ୨ ସାଥୀ କାଚ ଭାଙ୍ଗି ବାହାରକୁ ଆସିଥିଲେ। ନିଶ୍ଚିତ ମୃତ୍ୟୁ ମୁଖରୁ ସେମାନେ ବଞ୍ଚିଯାଇଛନ୍ତି। କାହାର ଜୀବନହାନି ହୋଇନାହିଁ।
“ଅସାବଧାନତା ଯୋଗୁଁ ଧନ-ଜୀବନ ଅକାଳରେ ଚାଲିଯାଉଛି। ରାତି ସମୟରେ ଗାଡି ଚଳାଇବା ବେଳେ ସଚେତନ ରହିବା ନିହାତି ଜରୁରୀ। ପୂରା ନିଦ ନେଇ ଗାଡି ଚଳାଇବା ଉଚିତ”, ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ସୂଚନା ପାଇ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।


Total Users : 568