Headlines

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ, ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ପଦ୍ମପୁର,୩୧।୮
ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଦ୍ମପୁର ଡିଭିଜନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ମୃତ୍ୟୁକାଳିନ ସହାୟତା ଯୋଗାଇ ଦେବାକୁ ୬୨ ଜଣ କେନ୍ଦୁପତ୍ର ତୋଳାଳି,୭ ଜଣ ସିଜିନାଲ କର୍ମଚାରୀ, ଜଣ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ଏତଦ ବ୍ୟତୀତ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳି ମାନଙ୍କୁ ରାଜ୍ଯ ସରକାର ୬୪ କୋଟି ଟଙ୍କା ବୋନସ ପ୍ରଦାନ କରିଥିବାରୁ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରା ଯାଇଥିଲା ।

ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି ମାନେ ବୋସନ ବାବଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା କଥା ଡିଏଫଓ ସୂଚନା ଦେଇ ଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କ୍ବିଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବାରୁ ଓ ଏହା ଓଡ଼ିଶାର ସର୍ବାଧିକ ଟଙ୍କା ହୋଇଥିବାରୁ ଡିଏଫଓ ଶ୍ରୀ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ୱେଲଫେୟାର୍ ବୋର୍ଡ ବୈଠକରେ ଅନ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ଆତ୍ମରାମ ମହାନନ୍ଦ,ଏଡିଡବ୍ଲୁ ଶ୍ରୀ ସଞ୍ଜିୟ ଲେଙ୍କା,କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ଶ୍ରୀ କୋକିଳ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *