ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର:
ପାଟଣା, ୨/୯: ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମାଳତୀ ମହାନ୍ତି ଯୋଗଦାନ କରିଛନ୍ତି। ସେ ଲେଭେଲ୍-୩କୁ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଏହି ବିଦ୍ୟାଳୟରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀମତୀ ମହାନ୍ତି ହାଟଡିହି ବ୍ଲକରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରି ବିଦ୍ୟାଳୟରେ ପହଞ୍ଚିବା ଅବସରରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଳତୀ ମହାନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ ଓ ସମନ୍ୱୟରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ ବିଦ୍ୟାଳୟର ଶିକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଦିଗ ଖୋଲିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ପ୍ରକାଶ କରିଛନ୍ତି।ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କମଳା କାନ୍ତ ପତି, ପ୍ରକାଶ କୁମାର ମିଶ୍ର, ସସ୍ମିତା ନାୟକ, ସୁଶାନ୍ତ ମହାନ୍ତ, ମାଧବାନନ୍ଦ ମହାନ୍ତ, ଜ୍ୟୋତିର୍ମୟୀ ବାରିକ, ପ୍ରୀତି ନାୟକ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।



Total Users : 3569