Headlines

୧୫୫ କଇଁଛ ଜବତ, ଅଟୋ ଜବତ୧୨୪ ଜୀବନ୍ତ, ୩୧ ମୃତ; ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ଦକ୍ଷିଣ ଓଡିଶା ମୁଖ୍ୟ:
ମାଲକାନଗିରି ବନ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ବେଆଇନ ଭାବେ ପରିବହନ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି। ଜବତ କଇଁଛ ମଧ୍ୟରୁ ୧୨୪ଟି ଜୀବନ୍ତ ଥିବା ବେଳେ ୩୧ଟି ମୃତ ଥିବା ଜଣାପଡ଼ିଛି। ଏହା ସହିତ କଇଁଛ ପରିବହନରେ ବ୍ୟବହୃତ ଏକ ବଜାଜ ମ୍ୟାକ୍ସିମା ଅଟୋରିକ୍ସାକୁ ମଧ୍ୟ ବନ ବିଭାଗ ଜବତ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି-୧ ବିଟ୍‌ ଓ ମାଲକାନଗିରି ସେକ୍ସନ ଅଧୀନ ତମସା ଗ୍ରାମ ନିକଟରେ ବନ କର୍ମଚାରୀମାନେ ଯାଞ୍ଚ ଓ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଅଟୋରିକ୍ସାକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯିବାରୁ ଗାଡ଼ି ଭିତରୁ ମୋଟ ୧୫୫ଟି କଇଁଛ ଉଦ୍ଧାର ହୋଇଥିଲା।

ଏହି କଇଁଛଗୁଡ଼ିକୁ ଏମ୍‌ଭି-୬୫ ଗ୍ରାମର ବାସିନ୍ଦା ରବୀନ ମିରିଧା ମାଲକାନଗିରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସଂଗ୍ରହ କରି ଏମ୍‌ଭି-୭, ତମସା, ଏମ୍‌ଭି-୨୪, ଏମ୍‌ଭି-୨୩ ଓ ଏମ୍‌ଭି-୨୬ ଗ୍ରାମରେ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବନ କର୍ମଚାରୀମାନେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ରବୀନ ମିରିଧା ଗାଡ଼ିରୁ ଡେଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତଲାସୀ ଓ ଅନୁସନ୍ଧାନ ଜାରି ରହିଛି। ବିଭାଗୀୟ ରେକର୍ଡ ଅନୁଯାୟୀ, ରବୀନ ମିରିଧାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧରେ ଏକାଧିକ ମାମଲା ରହିଥିବା ଏବଂ ସେ ପୂର୍ବରୁ ଗିରଫ ହୋଇଥିବା ଜଣାପଡ଼ିଛି। ଜବତ ଅଟୋରିକ୍ସାର ରେଜିଷ୍ଟ୍ରେସନ୍‌ ନମ୍ବର OD 30 V 9941। ଘଟଣାକୁ ନେଇ OR Case No. 70 of 2026–2027 ଏବଂ U/D No. 01 of 2026–2027 ରୁଜୁ କରାଯାଇଛି। ମାମଲାର ଅଧିକ ତଦନ୍ତ ବନ ବିଭାଗ ପକ୍ଷରୁ ଜାରି ରହିଛି।

Leave a Reply

Your email address will not be published. Required fields are marked *