ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ/ ତାରିଖ-03-09-2026
ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସେବା ସଙ୍କଳ୍ପ ଅଭିଯାନ’ ପାଳନ କରାଯିବ।ଏହି ଅବସରରେ ଗତକାଲି ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଭଟଲି ବିଧାୟକ ତଥା ଏହି କାର୍ଯ୍ୟକ୍ରମର ପଶ୍ଚିମ ଓଡ଼ିଶା ସଂଯୋଜକ ଶ୍ରୀ ଇରାଶିଷ ଆଚାର୍ଯ୍ୟଜୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରିବା ସହ ଅଭିଯାନର ସଫଳ ରୂପାୟଣ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।ସେବା, ସମର୍ପଣ ଓ ସଂକଳ୍ପର ଏହି ମହାଅଭିଯାନକୁ ସଫଳ କରିବା ପାଇଁ ଆସନ୍ତୁ ସମସ୍ତେ ଏକତ୍ରିତ ହେବା ବୋଲି ସେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।



Total Users : 6801