Headlines

ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର

ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ନବନିଯୁକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌ଓ) ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ଗୁରୁବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଡଃ. ସୁବାସ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପଦୋନ୍ନତି ପାଇ ପାଟଣା ସିଏଚ୍‌ସିରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗତ ମଙ୍ଗଳବାର ଆନୁଷ୍ଠାନିକ ଭାବେ ପାଟଣା ସିଏଚ୍‌ସିରେ ଯୋଗଦେଇଥିଲେ।ଏହି ଅବସରରେ ଗୁରୁବାର ପାଟଣା ସିଏଚ୍‌ସି ପରିସରରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଡଃ. ନିରଞ୍ଜନ ସାହୁ, ଡଃ. ଅଭିଷେକ ସାହୁ, ଡଃ. ଅର୍ଜୁନ ସାହୁ, ଡଃ. ସ୍ୱାଗତ ପ୍ରଧାନ, ଡଃ. ଯାଜ୍ଞ ସେନୀ ମହାନ୍ତ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟ ବି ପି ଏମ ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଡଃ. ପାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡଃ. ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଓ ସ୍ୱାସ୍ଥ୍ୟସେବାକୁ କିଭଳି ଆଗକୁ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।ଅନ୍ୟପକ୍ଷରେ, ପାଟଣା ସିଏଚ୍‌ସିର ପୂର୍ବତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଶୁଭେନ୍ଦୁ ସାଗର କୁମାର ନାୟକଙ୍କର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଦୋନ୍ନତି ହୋଇଛି।

Leave a Reply

Your email address will not be published. Required fields are marked *