କିନ୍ତାଳୀ ସାୟା ରାଜୁ/ ସାମ୍ବାଦିକ / ନାରାୟଣପାଟଣା/ସମୀକ୍ଷା ନ୍ୟୁଜ : ୩/୯: ଦୀର୍ଘ ୧୮ ବର୍ଷ ର ବ୍ୟବଧାନ ସଙ୍ଘର୍ଷ ଅନ୍ତ ଘଟିଛି । ନାରାୟଣପାଟଣା ବ୍ଲକ ର ଚାଷୀ ମୂଲିଆ ଆଦିବାସୀ ସଂଘ ର କବ୍ଜାରେ ଥିବା କଣ ଆଜଦିବାସୀ ଙ୍କ ଜମି କୁ ଆଜି ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସହ କୋରାପୁଟ ଉପଜିଲ୍ଲାପାଳ ଆଦେଶରେ ନାରାୟଣପାଟଣା ପ୍ରଶାସନ ପୋଡାପଦର ପଂଚାୟତ ର ବିସ୍ଥାପିତ ଙ୍କ ଜମି କୁ ମାପଚୁପ କରି ଜମିର ଅସଲ ମାଲିକ କୁ ଚିହ୍ନଟ କରି ପ୍ରଶାସନ ହସ୍ତାନ୍ତର କରିଛି ଜମି ର ମାଲିକକୁ ।ଯାହା କି ଶାନ୍ତି ଫେରିବାର ଆଉ ଏକ ବାଟ ଦେଖାଦେଇଛି ।ଏହା ଜାଣିବା ପରେ ଅନ୍ୟ ଜମି ହରା ପରିବାର ଜମି ଫେରି ପାଇବାର ଆଶା ମୋଉଳିଛି ।

ଏହାକୁ ନେଇ ନିଜ ପୈତୃକ ଜମି ଫେରି ପାଇଥିବା ତଥା ୧୮ ବର୍ଷ ଧରି ନିଜ ଭିଟାମାଟି ଛାଡ଼ି କୋରାପୁଟ ରେ ବିସ୍ଥାପିତ ହୋଇ ରହିଥିବା ଜମି ମାଲାକ ଭାସ୍କର ବିଡିକା ନ୍ୟାୟିକ ବ୍ୟବସ୍ଥା ତଥା ପ୍ରଶାସନ କୁ ଧନ୍ୟବାଦ ଜଣେଇଛନ୍ତି ।ଏକଦା ଜମି ମୁକ୍ତି ଗୋତି ମୁକ୍ତି ମଦ ମୁକ୍ତି ର ନାରା ଦେଇ ୨୦୦୭ ମସିହାରେ ନାରାୟଣପାଟଣା ବ୍ଲକ ରେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ ମୁଣ୍ଡ ଟେକିଥିଲା ।ଜମି ଆନ୍ଦୋଳନ ମୁଖ୍ୟ ପୁରଧା ନାଚିକା ଲିଙ୍ଗା ଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଅଣ ଆଦିବାସୀ ଙ୍କ ଜମି ନିଜ କବ୍ଜାରେ ନେଇ ଶହ ଶହ ଏକର ଜମିରେ ନିଜର ସ୍ଥିତି ଜାହିର କରି ଜମି ଚାଷ କରିଥିଲେ ।ଅଣାଦିବାସୀ ଙ୍କ ଜମିରେ ଲାଲ ଝଣ୍ଡା ପୋତି ହଳ ବୁଲେଇ ଜୋର ଜବରଦସ୍ତ ଚାଷ କରି ମାଲିକାନା ସାବ୍ୟସ୍ତ କରି ଚାଷ କରିଥିଲେ ।ଚାଷୀ ମୁଲିଆ ଆଦିବାସୀ ସଙ୍ଘର ଆତଙ୍କରାଜ ରେ ଶହ ଶହ ଜମି ମାଲିକ ଭିଟା ମାଟି ଛାଡି ବିସ୍ଥାପିତ ହୋଇ ଗାଁ ଛାଡି ଅନ୍ୟତ୍ର ପଳେଇଲେ ।ସେଥିରେ ଅଧିକ କ୍ଷତିଗ୍ରସ୍ତ ସୋଇଥିଲେ ପୋଡାପଦର ପଂଚାୟତର ସଦର ଗାଁ ର ଶତାଧିକ ପରିବାର ।ପରେ ଥାନା ଆକ୍ରମଣ ପରେ ପୋଲିସ ର ଗିରଫଦାରୀ,ଘନ ଘନ ପୋଲିସ ଚଢ଼ାଉ ପରେ ଆତ୍ମସମର୍ପଣ କରିଥିଲେ ହଜାର ହଜାର ଚାଷୀ ମୁଲିଆ ଆଦିବାସୀ ସଙ୍ଘର ସଦସ୍ୟ।ଶେଷରେ ୨୦୧୫ ଅକ୍ଟୋବର ୨୭ ରେ ସଙ୍ଘର ସଭାପତି ନାଚିକା ଲିଙ୍ଗା ଆତ୍ମସମର୍ପଣ କରିବା ପରେ ଶାନ୍ତି ଫେରିଥିଲା ନାରାୟଣପାଟଣା ରେ । କିନ୍ତୁ ଫେରି ନଥିଲା ବିସ୍ଥାପିତ ଙ୍କ ଜମି ।ଫେରିନଥିଲେ ବିସ୍ଥାପିତ।ସେହି ବିସ୍ଥାପିତ ଙ୍କ ଭିତରେ ବରିଷ୍ଠ ନାଗରିକ ଭାସ୍କର ବିଡିକା ୧୮ ବର୍ଷ ଧରି ନିଜ ଭିଟାମାଟି ଛାଡ଼ି ପରିବାର ସହ କୋରାପୁଟ ରେ ରହି ପୈତୃକ ଜମି ଫେରିପାଇବା ପାଇଁ ବାରମ୍ବାର ପ୍ରଶାସନ ,ସରକାର ,ନେତା , ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି କରିଥିଲେ । ହାଇକୋର୍ଟ ଯାଇ ନିଜ ପୈତୃକ ଜମିର କାଗଜପତ୍ର ଦାଖଲ କରି ଆଦିବାସୀ କବଳରେ ଥିବା ଜମିକୁ ନିଜ ପାଖକୁ ହସ୍ତତନ୍ତ ପାଇଁ ଗୁହାରୀ କରିଥିଲେ । ହାଇକୋର୍ଟ ଙ୍କ ଆଦେଶ ପରେ କୋରାପୁଟ ଉପଜିଲ୍ଲାପାଳ ଙ୍କ ନିର୍ଧୈଶ ରେ ଆଜି ତହସିଲଦାର ପ୍ରଭାତୀ ଝଡିଆ ଙ୍କ ନିର୍ଦ୍ଦେଶନାରେ ନାରାୟଣପାଟଣା ଥାନା ଏ ସ୍ ଆଇ ରମେଶ ମହାପାତ୍ର ସହ ଏକ ପ୍ଲାଟୁନ ଫୋର୍ସ ସହ ପୋଡାପଦର ରାଜସ୍ବ ନିରୀକ୍ଷକ ବିଜୟ କୁମାର ବାଘ,ଅମୀନ ବି ହେମନ୍ତ କୁମାର ,ପ୍ରମୁଖ ପୋଡାପଦର ସ୍ଥିତ ତଳରେଙ୍ଗା ଗାଁ ନିକଟରେ ଥିବା ଆବେଦନ କାରୀ ଭାସ୍କର ବିଡିକା ଓ ତାଙ୍କ ଜମି ତଳରେଙ୍ଗ ମୈଜା ର ଖାତା ନମ୍ବର ୩୬,ପ୍ଲଟ ନମ୍ବର ୨/୨୭୦ ର ,ଏକ ଏକର ଜମି କୁ ଚେନ ପକାଇ ମାପଚୁପ କରି ଚିହ୍ନଟ କରିଥିଲେ ।ଭାସ୍କର ବିଡିକା ଙ୍କ ପିତା ସ୍ବର୍ଗତ ମାର୍କା ବିଡିକା ୧୯୭୩ ମସିହାରେ ତଳରେଙ୍ଗା ଗ୍ରାମର ସିପୁ ନାଚିକା ଠାରୁ କିଣିଥିଲେ ।ସେବେଠାରୁ ଏହି ଏକର ଜମିରେ ଭାସ୍କର ବିଡିକା ଚାଷ ବାସ କରି ପରିବାର ପୋଷଣ କରିଆସୁଥିଲେ ।

କିନ୍ତୁ ୨୦୦୭ ମସିହାରେ ଚାଷୀ ମୂଲିଆ ଆଦିବାସୀ ସଂଘର ଜମି ଆନ୍ଦୋଳନ ରେ ହଜାର ହଜାର ଆଦିବାସୀ ସାମିଲ ହୋଇ ଅଣ ଆଦିବାସୀ ଙ୍କ ଜମି ଜୋର ଜବରଦସ୍ତ ଚାଷ କରି ଲାଲ ଝଣ୍ଡା ପୋତି ଚାଷ କରାଇଥିଲେ ।ଏଥିରେ ତଳରେଙ୍ଗା ଗ୍ରାମର ସବା ନାଚିକା ତାଙ୍କ ଦୁଇ ପୁଅ ରାଣୁ ନାଚିକା ଓ ଲିଙ୍ଗେୟା ନାଚିକା ଭାସ୍କର ବିଡିକା ଙ୍କ ଜମି ରେ ଚାଷ ବାସ କରି ଫସଲ ଅମଳ କରି ନିଜର ହକ୍ ଜାହିର କରିଥିଲେ ।ସେ ସମୟରେ ଜୀବନ ଭୟରେ ଭିଟାମାଟି ଛାଡିଥିବା ଭାସ୍କର ବିଡିକା ନ୍ୟାୟ ପାଇଁ ହାଇକୋର୍ଟ ର ଦ୍ବାରସ୍ଥ ହଇଥିଲେ ।ଆଜି ପ୍ରଶସନ ବିବାଦୀୟ ଜମିରେ ପହଂଚି ମାପଚୁପ କରି ଉଭୟ ବ୍ୟକ୍ମି କୁ ଡାକି ଜମିର ଅସଲ ମାଲିକ ଙ୍କୁ ଜମି ଚିହ୍ନଟ କରି ହସ୍ତାନ୍ତର କରିଛନ୍ତି। ଯେଉଁମାନେ ଚାଷ କରୁଥିଲେ ସେମାନେ ଛାଡ଼ି ଦେବାକୁ ପ୍ରଶାସନ ଆଗରେ କହିଛନ୍ତି।ଏହା ପରେ ଭାସ୍କର ବିଡିକା ପ୍ରଶାସନ କୁ ଧନ୍ୟବାଦ ଜଣେଇ କହିଛନ୍ତି ଯେ ମତେ ମୋ ପୈତୃକ ଜମି ଫେରି ପାଇବା ପାଇଁ ୧୮ ବର୍ଷ ର ସଙ୍ଘର୍ଷ କରିବାକୁ ପଡିଛି । ମୁଁ ମୋ ଭିଟାମାଟି ରେ ଫେରିବି ଶାନ୍ତି ରେ ସମସ୍ତ ଙ୍କ ସହ ମିଶି ରହିବି ।



Total Users : 6801