
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ/ 04/09:
କେନ୍ଦୁଝର ସହର ନିକଟରେ ଥିବା ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ପରିସରରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ପୋଷାକ ରେ ରାଧା -କୃଷ୍ଣ ବେଶ ହୋଇ ନୃତ୍ୟ ଓ ସଂଗୀତ ପରିବେଷଣ କରି ସମସ୍ତଙ୍କର ମନ ମୋହିଥିଲେ l ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଶ୍ରୀକୃଷ୍ଣ ଙ୍କ ବାଲ୍ୟଲୀଳା ଓ ତାଙ୍କ ଆଦର୍ଶ ଉପରେ ଆଧାରିତ ପ୍ରଶ୍ନ ପଚାରି ଥିଲେ l କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା l ଜାତୀୟ ଶିକ୍ଷାନୀତି ଅନୁଯାଇ ଶିଶୁମାନଙ୍କୁ ଭାରତୀୟ ପରମ୍ପରା,ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଥିଲା ବୋଲି ପ୍ରଧାନ ଶିକ୍ଷୟତ୍ରୀ ତିଲୋତ୍ତମା ସାହୁ ପ୍ରକାଶ କରିଥିଲେ l



Total Users : 6769