Headlines

ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୨୫/୦୬/୨୬

କିଛି ବିଶେଷ ସୁତ୍ରରୁ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ମାଲକାନଗିରି ବନାଧିକାରୀ ୨୫-୬-୨୬ ତାରିଖ ଦିନ ମାଲକାନଗିରିର ପଦ୍ମଗିରି ଛକ ନିକଟରେ ବନବିଭାଗର ସ୍ୱତନ୍ତ୍ର ଟିମ ଜଗିରହିଥିଲେ।
କିଛି ସମୟପରେ OD-07C-9921 ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ମଧ୍ୟରୁ ମୋଟ ୩୩୧ ଟି କଇଁଛ (ପ୍ରାୟ 5.7 କ୍ୟୁଣ୍ଟାଲ) ଗାଡିରେ ବେଆଇନ ଭାବରେ ଭାବରେ ଆନ୍ଧ୍ରପ୍ରଦେଶ ରୁ ଓଡ଼ିଶାକୁ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଜବତ କରାଯାଇଥିବା କଇଁଛ ମଧ୍ୟରୁ ୨୨୮ଟି ଜୀବିତ ଥିବା ବେଳେ ୨୩ ଟି ମୃତ ଅବସ୍ଥାରେ ମିଳିଥିଲା।


ସମସ୍ତ କଇଁଛ ସହିତ ଗାଡିଟିକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା। ଏହି ଅପରାଧ ସହିତ ଜଡିତ ରହିଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ଉଦ୍ଧାର କଇଁଛ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା କାଯାଇଛି ।ଏହି କଇଁଛ ଚୋର ଚାଲାଣରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଜାଣିବାପାଇ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *