
କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ :
ସ୍ଥାନ-ଜଗତସିଂହପୁର
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ।

ଲାଞ୍ଚୁଆ ଅଧିକାରୀ ଜଣକ ହେଲେ ଜଗତସିଂହପୁର ର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଜୟପୁର ଛକ ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମଚଢ଼ାଉ କରି ରେଡ୍ ହ୍ୟାଣ୍ଡ ରେ ଧରିଛି। ଜଗତସିଂହପୁର ଜିଲ୍ଲା ଯୋଗଧରି ନିକଟରେ ଥିବା ଡ୍ରଗ୍ସ ଅଫିସ ରେ ଭିଜିଲାନ୍ସ ଟିମ ପହଞ୍ଚି ଅଧିକ ତଦନ୍ତ କରିବା ସମୟରେ ନଗଦ ୧ଲକ୍ଷ ୫୨ ହଜାର ଟଙ୍କା ପାଇଥିଲା। ଏହି ଟଙ୍କା କୁ ନେଇ ଅଧିକ ତଦନ୍ତ କରୁଛି। ଯାଜପୁର, ଜଗତସିଂହପୁର, ଭବାନୀପାଟଣା ରେ ଥିବା ନିଜର ଓ ସମ୍ପର୍କୀୟଙ୍କ ଘରେ ଛଡାଉ କରି ନଗଦ ଟଙ୍କା ଜବତ କରିଛି.ଠୁଳ କରିଥିବା ଆୟ ବହିର୍ଭୁତ ସମ୍ପତି ଠାବ କରାଯାଇଥିବା
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।କଟକ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି



Total Users : 6804