Headlines

ସାଲେପୁର:ବିକଳାନନ୍ଦ କରଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:

ସାଲେପୁର (୩/୯) ସାଲେପୁର ରସଗୋଲାର ଜନକ, ବିଶିଷ୍ଟ ସମାଜସେବୀ ତଥା ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ପ୍ରତିଷ୍ଠାତା ସଭ୍ୟ ମହାନୁଭବ ବିକଳାନନ୍ଦ କରଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇ ଯାଇଛି l ଗୁରୁବାର ସକାଳୁ ସ୍ବର୍ଗତ ବିକଳାନନ୍ଦ କରଙ୍କ ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗ୍ରାମର ପୈତୃକ ଘର ନିକଟରେ ଥିବା ସମାଧିସ୍ଥଳୀରେ ପରିବାର ପରିଜନ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l

ପରେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିକଳାନନ୍ଦ କରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ସାଲେପୁରରେ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ମଣିଷ ସେ ସମୟ 1963 ମସିହାରେ ଏକ ଲକ୍ଷ ଟଙ୍କା ଦେବାସହ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ସାହାଯ୍ୟ କରି ଆଜି ଆମେ କଥା କହୁଥିବା ମଣିଷ ତିଆରେ କରାଇ ପାରିଥିବା ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ମୃତି ଉଚ୍ଚାରଣ କରାଯାଇଥିଲା l ପରେ ବିକଳାନନ୍ଦ କର ମେମୋରୀୟାଲ ଟ୍ରଷ୍ଟର ସଦସ୍ୟ ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ବର୍ଗତ କରଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ l

ଏହି ଶ୍ରାଦ୍ଧବାର୍ଷିକ ଉତ୍ସବରେ ବିକଳାନନ୍ଦ କରଙ୍କ ସୁପୁତ୍ର ପ୍ରଦୀପ୍ତ କୁମାର କର, ବିକଳାନନ୍ଦ ମେମୋରିୟାଲ ଟ୍ରଷ୍ଟ ର ଟ୍ରଷ୍ଟି ଅବତନ ଷଢଙ୍ଗୀ, ହିମାଂଶୁ ଦାଶ, ସମାଜସେବୀ ନାରାୟଣ ପତି, ପଣ୍ଡିତ ଗୌତମ ମହାରଣା, କମଳାକାନ୍ତ ମୁଦୁଲି, ବିଷ୍ଣୁ ଚରଣ ମିଶ୍ର, ଦେବେନ୍ଦ୍ର ନାୟକ, ସାମ୍ବାଦିକ ବିରଞ୍ଚି ନାରାୟଣ କର, ହେମନ୍ତ ନନ୍ଦ, ଜୟଦେବ ଷଢଙ୍ଗୀ,ଡ଼. ପ୍ରସନ୍ନ କୁମାର ମହାପାତ୍ର, ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ଡ଼. ସୁଶାନ୍ତ ପାଢ଼ି, ଅଧ୍ୟାପକ ଜୀବନଜ୍ୟୋତି ପଟ୍ଟନାୟକ, ଆଇନିଜୀବି ତ୍ରିଲୋଚନ ବରାଳ,ସୁବାସ ଚନ୍ଦ୍ର ନାୟକ, ବାବୁଲି ପାତ୍ର,ପ୍ରମୋଦ ନାୟକ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *