ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :
ସାଲେପୁର, ୭।୯ (ନି ପ୍ର): ସାଲେପୁର ଅଞ୍ଚଳର ଏକମାତ୍ର ବୈଷୟିକ ଶିକ୍ଷା ଅନୁଷ୍ଠାନ “ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜି’ (ଆଇପିଟି) କୁ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି) ସ୍ବତନ୍ତ୍ର ବର୍ଗରେ ସଫ ସ୍ବୟଂଶାସିତ 1 ଅନୁଷ୍ଠାନ (ଅ (ଅଟୋନୋମସ ମସ ଷ୍ଟାଟସ) ଷ୍ଟାଟ ଭା ଭାବେ ଓଡ଼ିଶା ୟୁନିଭରସିଟି ଅପ୍ ହେଲ୍ଥ ସାଇନ୍ସ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ମାନ୍ୟତା ଦ୍ବାରା ଆଗାମୀ ଭବିଷ୍ୟତରେ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସୁଗମ ହେବା ସହିତ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି | ଅନୁଷ୍ଠାନର ଅନୁକୂଳ ଶୈକ୍ଷିକ ବାତାବରଣରେ ଫାର୍ମାସୀର ଗୁଣାତ୍ମକ ଶିକ୍ଷା ସହ ଶିଳ୍ପ ବିଜ୍ଞାନ ଗବେଷଣା ଏବଂ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସକ୍ରିୟ ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ପାଇଁ ଶିକ୍ଷାବିତ୍ ମହଲରେ ଖସିର ଲହରୀ ଖେଳିଯାଇଛି।

ଏହା ସହିତ ଏହି ଶିକ୍ଷାନୁଷ୍ଠାନକୁ ନିଜସ୍ବ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ପରିଚାଳନା କରିବା ନିମନ୍ତେ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ସାଲେପୁର ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ. ସୁଧା ସୁଧାଂଶୁ ରଞ୍ଜନ ସ୍ବାଇଁ ଓ ପ୍ରଫେସର ପ୍ରବୀର କୁମାର ସିହ୍ନା ସୂଚନା ଦେଇଛନ୍ତି ଯେ, ୧୯୮ ୧୯୮୨- ୮୩ ଶିକ୍ଷାବର୍ଷରୁ ମାତ୍ର ୫ ଜଣ ପାର୍ଟ ଟାଇମ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କଲେଜ ଆଜି ସ୍ବୟଂ ଶାସିତ ମାନ୍ୟତା ପାଇବାରେ ସମଗ୍ର ଓଡ଼ିଶାରେ ପ୍ରଥମ ଓ ଫାର୍ମାସୀ ଶିକ୍ଷାକ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ମାଇଲଖୁଣ୍ଟ ସ୍ଥାପନ କରିଛି । ନାକ୍ ଟିମ୍ର ଯାଞ୍ଚ ଓ ମୂଲ୍ୟାୟନ ପରେ ଏହି ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଓଡ଼ିଶା ୟୁନିଭରସିଟି ଅଫ୍ DESTITUTE OF PHARMALVA TECHROCSOV

ହେଲ୍ଥ ସାଇନ୍ସର କୁଳପତି, ଅଧୂକାରୀ ଓ ଜିପିଏଟିର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି I ସାଲେପୁର ଫାର୍ମାସୀ କଲେଜର ଏହି ଐତିହାସିକ ସଫଳତା ପାଇଁ ପରିଚାଳନା କମିଟିର ସମ୍ପାଦକ, ସଭାପତି, ସଦସ୍ୟ, ଅଧ୍ୟାପକ-ଅଧ୍ୟାପିକା , କର୍ମଚାରୀ, ସମସ୍ତ ବର୍ତ୍ତମାନ୍ ଓ ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ହିତେଶି ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଅଛି।



Total Users : 6801