Headlines

ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟଲ ଘୋଷଣା


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି :

ପିପିଲି ଉପକଣ୍ଠସ୍ଥିତ ଏକ ତାରକା ହୋଟେଲରେ ଶଗୁନ ଏଣ୍ଟରଟେଣ୍ଡମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟିଲ ଘୋଷଣା ମହାସମାରୋହରେ ପାଳିତ ହୋଇଯାଇଛି। ଟାଇଟିଲ ଘୋଷଣା ଅବସରରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀ , କଣ୍ଠଶିଳ୍ପୀ, କଳାକାର ଉପସ୍ଥିତ ଥିଲେ। ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ନିର୍ମିତ ଜଙ୍ଖ ଚଳଚିତ୍ର l ଅନେକ ମୌଳିକ କାହାଣୀକୁ ନେଇ ଏହି ଓଡ଼ିଆ ଚଳଚ୍ଚିତ୍ର ରେ ଦେଖିବାକୁ ମିଳିବ ବୋଲି ଯୁବ ପ୍ରଯୋଜକ ଶୁଭ୍ରଜିତ ଜେନା କହିଛନ୍ତି l ଏହି ଚଳଚିତ୍ର ଟିକୁ ଶୁଭ୍ରଜିତ ଜେନା ନିର୍ଦ୍ଦେଶନା ଦେଇଥିବା ବେଳେ ରାହୁଲ ରାୟ ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି। ସିଦ୍ଧାର୍ଥ ଗୌତମ, ବିଶ୍ୱଜିତ କୁଲଡି (ଡିଓପି) ଦାୟିତ୍ୱ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ସମ୍ବିତ କୁମାର ମହାନ୍ତି, ମହାଦେବ ରାଉତ ଏବଂ ମ୍ରିନ୍ମୟ ଏମ ଏସ ଦେଇଛନ୍ତି।

ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ୍ ପ୍ରଧାନ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଏବଂ ମ୍ରିନ୍ମୟ ଏମ୍.ଏସ୍ କଣ୍ଠ ଦାନ କରିଛନ୍ତି l ଏସଡି ମଣ୍ଡଳ, ପାର୍ଥ ସାରଥୀ ରାୟ, ବିଶ୍ଵରୂପା ରାଉତ, ଜଗନ୍ନାଥ ସେଠ, ଉମାକାନ୍ତଙ୍କ ଭଳି ଆହୁରି ଅନେକ କଳାକାର ଏଥିରେ ଅଭିନୟ କରିଛନ୍ତି l ତେବେ ଜଙ୍ଖ ବିଷୟରେ ଅନେକେ ଆଈ ମାଆ କାହାଣୀ ବା ଲୋକକଥା ଭରି ରହିଥିବା ବେଳେ ପୌରାଣିକ କଥା ବସ୍ତୁ ଉପରେ ଏହାର କାହାଣୀ ପ୍ରସ୍ତୁତ କରାଯାଇଛି l ସିଦ୍ଧାର୍ଥ ଗୌତମ ଏହି କାହାଣୀକୁ ଦୀର୍ଘ ଦୁଇବର୍ଷ ଧରି ଗବେଷଣା କରିଛନ୍ତି l ଏଥିରେ ଜଗନ୍ନାଥ ସଂସ୍କୃତିର କଥା , ପୁରାତନ ରାଜ ରାଜୁଡା ସମୟର କଥା ରହିଥିବା ବେଳେ ସମ୍ପୂର୍ଣ ପାରିବାରିକ ରହିଛି। ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ଏବଂ ଏହା ଆସନ୍ତା ୨୦୨୭ ରେ ନୂଆ ବର୍ଷ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଶୁଭ୍ରଜିତ ଜେନା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *