ଯଶୋବନ୍ତ ପରିଡା /କପ୍ତିପଦା ଉପଖଣ୍ଡ/ ୨୯/୦୬/୨୬ (ସମୀକ୍ଷା): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ରହିଥିବା ବ୍ୟାପକ ତ୍ରୁଟିକୁ ନେଇ ଆଜି କପ୍ତିପଦା ବ୍ଲକ୍ ଏଆଇଡିଏସଓ (AIDSO) ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିଜ୍ଞାନ ସମ୍ମତ ଏବଂ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ପାଠ୍ୟପୁସ୍ତକ ମାଧ୍ୟମରେ ପାଠ ପଢ଼ାଇବାକୁ ସଙ୍ଗଠନ ଦାବି କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
ତ୍ରୁଟିପୂର୍ଣ୍ଣ ପୁସ୍ତକ: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଆଧାରରେ ଛାପାଯାଇଥିବା ନୂତନ ପାଠ୍ୟପୁସ୍ତକରେ ଏଯାବତ୍ ୨୬୦୦ରୁ ଅଧିକ ତଥ୍ୟଗତ ଓ ବନାନଗତ ତ୍ରୁଟି ଚିହ୍ନଟ ହୋଇସାରିଛି।
ବିଭାଗ ପକ୍ଷରୁ ଦିଆଯାଇଥିବା ‘ସଂଶୋଧନ ଦଲିଲ’ ମଧ୍ୟ ତ୍ରୁଟିରୁ ମୁକ୍ତ ନୁହେଁ। ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀ ସ୍ଥାନ ପାଇଛି, ଯାହା ଛାତ୍ରଛାତ୍ରୀଙ୍କ ଚିନ୍ତାଶକ୍ତିକୁ କୁଣ୍ଠିତ କରିବା ସହ ସେମାନଙ୍କୁ ଅନ୍ଧବିଶ୍ୱାସ ଆଡ଼କୁ ଠେଲି ଦେବ ବୋଲି ସଙ୍ଗଠନ ଆଶଙ୍କା ପ୍ରକଟ କରିଛି।
ଏପ୍ରିଲ ମାସରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ପୁସ୍ତକରେ ଥିବା ତ୍ରୁଟି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅନେକ ବିଦ୍ୟାଳୟରେ ପାଠପଢ଼ା ସଠିକ୍ ଭାବେ ଆରମ୍ଭ ହୋଇପାରିନାହିଁ।
ଏଆଇଡିଏସଓ କପ୍ତିପଦା ବ୍ଲକ୍ ସମ୍ପାଦକ ଯତୀନ ବାନରାଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା କମିଟି ସଦସ୍ୟ ସୀଙ୍ଗରାୟ ଦେଓଗାମ, ମାନସିଂ ହୋ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦାବିଗୁଡ଼ିକ ତୁରନ୍ତ ପୂରଣ ନ କରାଗଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଦୁର୍ବାର ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି।
ନୂତନ ପାଠ୍ୟପୁସ୍ତକରେ ତ୍ରୁଟି: କପ୍ତିପଦାରେ AIDSO ପକ୍ଷରୁ BEO ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ


Total Users : 568