ଜଳସେଚନ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଅଞ୍ଜନ କୁମାର ରଣା/ ସ୍ୱତନ୍ତ୍ର ପ୍ରତିନିଧି //କେଉଁଝର
-ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି । ରାଜ୍ୟପାଳ ରାଇସୁଆଁ ଠାରେ ବିମାନ ଯୋଗେ ଅବତରଣ କରିବା ପରେ ପ୍ରଥମେ ଟିକରପଡା ଆସି ରାସ୍ତାକଡରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆଧୁନିକ ମଲଚିଂ ଓ ଟ୍ରେଲିଚ୍ ପଦ୍ଧତିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ସ୍ଥଳ ବୁଲି ଦେଖିଥିଲେ । ଏଥିରୁ ମହିଳାମାନେ ମାସକୁ କେତେ ଟଙ୍କା ରୋଜଗାର କରୁଛନ୍ତି ବୋଲି ସେ ମହିଳାମାନଙ୍କୁ ପଚାରିଥିଲେ । ମହିଳାମାନେ ଚାଷରୁ ମାସକୁ ୧୦ରୁ ୨୦ହଜାର ଟଙ୍କା ରୋଜଗାର କରୁଥିବା ଜାଣି ଖୁସିବ୍ୟକ୍ତ କରିଥିଲେ ରାଜ୍ୟପାଳ । ହେଲେ,ଏଠାରେ ଜଳସେଚନ ସୁବିଧା ନଥିବା କହିଥିଲେ ମହିଳା । ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ଏହାପରେ ସେ ଟିକରପଡା ଠାରେ ମିଶନ୍ ଶକ୍ତି ଓ କୃଷି ବିଭାଗ ଦ୍ବାରା ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ଥିବା ସମସ୍ତ ଯୋଜନାର ଲାଭ ଉଠାଇବାକୁ ସେ ଉପସ୍ଥିତ ମହିଳା ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ, ଚାଷ ସମ୍ପର୍କୀତ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *