
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି,ତା୧୨।୯ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ଏବେ ବୁଲା ଗାଇ ଗୋରୁ ଓ ଷଣ୍ଢ ଙ୍କ ଆଡାସ୍ଥଳୀ ପାଲଟିଛି। ଭୁବନେଶ୍ୱର ଠାରୁ ପୁରୀ ଏବଂ ପୁରୀ ଠାରୁ ଭୁବନେଶ୍ୱର ଜାତୀୟ ରାଜପଥ ରାସ୍ତା ଏବେ ମରଣଯନ୍ତା ହୋଇଛି ।

ଏହି ରାସ୍ତା ଦେଇ ଶ୍ରୀମନ୍ଦିର ପୁରୀ କୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି । ରାସ୍ତା ଉପରେ ବୁଲା ଗାଈ ଗୋରୁ ଷଣ୍ଢ ଙ୍କ ଆଡାସ୍ଥଳି ପାଲଟି ଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୃଘଟଣା ଘଟୁଛି। କେତେକ ଯାତ୍ରୀ ଏହି ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇ ମୃତ୍ୟୁ ସହିତ ସଂଗ୍ରାମ ଜାରି ରଖିଛନ୍ତି। ଏହି ରାସ୍ତା ଉପରେ ଦେଶ ବିଦେଶରୁ ଯାତ୍ରୀ,ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ମାନ୍ୟଗଣ ବ୍ୟକ୍ତି ଯାତାୟତ କରୁଥିବା ବେଳେ ଶୋଚନୀୟ ରାସ୍ତା ଅବସ୍ଥା ବୁଲା ଗାଈ ଗୋରୁ ଙ୍କ ଆଡାସ୍ଥଳୀ ପାଇଁ ବିଶ୍ୱ ସ୍ତରରେ ଏକ ପ୍ରକାର ପୁରୀ ଓଡିଶା ନିନ୍ଦିତ ହେଉଛି । ଏଭଳି ସମ୍ବେଦନ ଶିଳ ଘଟଣା ପ୍ରତି ଏନଏଚଆଇ କର୍ତ୍ତୃପକ୍ଷଙ୍କ କୌଣସି ନିଘା ନାହିଁ। ନିଘୋଡ଼ ନିଦ୍ରାରେ ଶୋଇପଡ଼ିଛି ଏନଏଚ ଆଇ। ବାରମ୍ବାର ଦୃଘଟଣା ଘଟୁଥିଲେ ସୁଧା କର୍ଣ୍ଣପାତ ନକରି ଚୁପ ବସିରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି । ଜାତୀୟ ରାଜପଥ ଉପରେ ବୁଲା ଗାଇ ଗୋରୁ ଷଣ୍ଢ ଆଶ୍ରୟ ନେଉ ଥିବାବେଳେ ଏହା ଏକ ପ୍ରକାର ଗୋଶାଳା ରେ ପରିଣତ ହୋଇଛି। ଏହି ସମସ୍ୟା ର ସମାଧାନ ପାଇଁ ରାଜନୈତିକ ଦଳ ଠାରୁ ଚାଷୀମାନେ ପ୍ରଶାସନ କୁ ବାରମ୍ବାର ଜଣାଇଲେ ସୁଧା ଏହାର କୌଣସି ସମାଧାନର ରାସ୍ତା ବାହାରୁ ନଥିବାରୁ ଏହା ଏକ ବଡ଼ ଆନ୍ଦୋଳନ ର ରୁପନେବାକୁ ବସିଛି । ରାଜ୍ୟ ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ ଏହାର ସ୍ଥାୟୀ ସମାଧାନ ପାଇଁ ଯଥାଶ୍ରୀଘ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି।



Total Users : 6823