ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ଡେଲାଙ୍ଗ ବ୍ଲକ ରେଙ୍ଗଳ ପଂଚାୟତ ଅର୍ନ୍ତଗତ ଝାରପଡା ଗ୍ରାମ୍ୟ ରସ୍ତା ଏବେ ଶୋଚନୀୟ ହୋଇପଡିଛି । ଯାହାଫଳରେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ଗ୍ରାମର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଝାରପଡା ଗ୍ରାମରେ୨୬୮ ପରିବାରର ପ୍ରାୟ ୧୭ଶହ ଲୋକ ଏହି ରାସ୍ତା ଉପରେ ନିର୍ଭରଶିଳ । ସ୍ୱାଧୀନତାର ୮୦ ବର୍ଷ ବିତି ଯାଇଥିଲେ ସୁଧା ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ଢଳେଇ ରାସ୍ତାଟିଏ ନାହିଁ ।

ବରପଦା ଠାରୁ ଝାରପଡା ପ୍ରାୟ ଅଢେଇ କିମି ରାସ୍ତା ହୋଇଥିବା ବେଳେ ସ୍କୁଲ,କଲେଜର ଛାତ୍ରଛାତ୍ରୀ ,ବ୍ଲକ ଓ ତହସିଲକୁ ଜନସାଧାରଣ ଏବଂ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ରୋଗୀଟିଏ ନେବା ଏହି ରାସ୍ତା ଉପରେ କଷ୍ଟକର ହୋଇପଡିଛି । କିନ୍ତୁ ନିର୍ବାଚନ ଆସିଲେ ନେତାମାନେ ଭୋଟ ମାଗିବା ପାଇଁ ଗ୍ରାମକୁ ଦୈାଡି ଆସିଥାନ୍ତି । ଏବଂ ପ୍ରତିଶୃତି ଦିଅନ୍ତି । ଭୋଟରେ ଜିତିବା ପରେ ଏହି ରାସ୍ତା ନିର୍ମାଣ କାମ ଆଗ କରିବା ପାଇଁ । ତେବେ ପ୍ରତିଶୃତି ପାଣିର ଗାର ହୋଇ ଯାଇଛି । ପୁର୍ବ ସରକାରର ୨୪ ବର୍ଷ ଏବଂ ନୁତନ ସରକାରକୁ ଅଢେଇ ବର୍ଷ ବିତିଯାଇଥିଲେ ସୁଧା ଗ୍ରାମବାସୀ ନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଢଳେଇ ରାସ୍ତାଟିଏ ନିର୍ମାଣ ପାଇଁ ଦୈାଡି ଦୈାଡି ନୟାନ୍ତ ହୋଇ ନିରାଶ ହୋଇ ପଡିଛନ୍ତି ।

ଶେଷରେ ଗ୍ରାମର ମହାବୀର ସେନାର ଯୁବକ ସାଥୀମାନେ ରାମଲିଳା ନାଟ୍ୟ ପରିଷଦ ବଳକା ଟଙ୍କାରେ ରାସ୍ତାରେ ମୋରମ ପକାଇ ରାସ୍ତା କାମ ହାତକୁ ନେଇଛନ୍ତି । ତାଙ୍କର ଏହି ମହତ୍ୱପୁର୍ଣ୍ଣ ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ସେମାନଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି । କିନ୍ତୁ ଜିଲ୍ଲା ଓ ବ୍ଲକ ପ୍ରଶାସନର ଏହି ଅବହେଳା ନିତୀ ପାଇଁ ସବୁଠି ସରକାର ସମାଲୋଚିତ ହୋଇଛନ୍ତି । ସ୍ଥାନୀୟ ବିଧାୟକ ହୁଅନ୍ତୁ କି ଜିଲ୍ଲାପାଳ ଏହି ଗ୍ରାମର ଢଳେଇ ରାସ୍ତା ନିର୍ମାଣ ପାଇଁ ଯଥାଶିଘ୍ର ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।



Total Users : 6769