Headlines

ମୋଦୀଜୀଙ୍କ ୭୬ତମ ଜନ୍ମଦିନରେ ଖୁଡୁତେନ୍ତୁଲିରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମୁହିକ ଦୀପଦାନ

ଅଚ୍ୟୁତ ଯାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଚକାପାଦ ବ୍ଲକ ଅନ୍ତର୍ଗତ ଖୁଡୁତେନ୍ତୁଲିସ୍ଥିତ ଶ୍ରୀ ଶ୍ରୀ ବରଡା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆଦିତ୍ୟ କୁମାର କହଁରଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ଅଞ୍ଚଳବାସୀ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।


କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦିକା ପ୍ରତିମା ସାହୁ, ଉପସଭାପତି ଜଳନ୍ଧର କହଁର, ପୂର୍ବତନ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁ ପୃଷ୍ଟି, ଚକାପାଦ ପୂର୍ବତନ ମଣ୍ଡଳ ସଭାପତି ସରୋଜ କୁମାର ସାହୁ, ମଣ୍ଡଳ ମୋର୍ଚ୍ଚା ସଭାପତି କେଶବ ମଲ୍ଲିକଙ୍କ ସମେତ ଆଲିପ ବେହେରା, ରାଜୁ ପ୍ରଧାନ, ସୁକାନ୍ତ ଦାସ ଓ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।
ଏଥିସହ ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ମା’, ବାପା, ଭାଇ ଓ ଭଉଣୀ ଯୋଗଦେଇ ସାମୂହିକ ଦୀପଦାନ କରିବା ସହ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *