Headlines

ଜଗତସିଂହପୁର : ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:


ଜଗତସିଂହପୁର, 19/09/26: ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ଅଧିକାରୀ ବୈଠକ ପାର୍ଟି ସଭାଗୃହରେ ଅପରାହ୍ନରେ ଆୟୋଜିତ ହୋଇଯାଇଛି | ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ବୈଠକ ବସିଥିବାବେଳେ ଜିଲା ପ୍ରଭାରୀ ସରୋଜ କୁମାର ସାହୁ ଯୋଗ ଦେଇଥିଲେ |

 ପ୍ରକାଶ ଥାଉ କି, ଜିଲା କୃଷକ ମୋର୍ଚ୍ଚାର ମୋଟ 34ଜଣ ଅଧିକାରୀ ଅଛନ୍ତି |ଆଜି ମୋଟ 17ଜଣ ଅଧିକାରୀ ବୈଠକରେ ଭାଗନେଇଥିଲେ |ଅଧିକାରୀଙ୍କ ବୈଠକ ପ୍ରତେକ ମାସରେ ଥରେ ବସେ | ପୂର୍ବ ମାସର ବୈଠକରେ ପ୍ରସ୍ତୁତ ହୋଇଥିବା ଯୋଜନା ଉପରେ କଣ କାର୍ଯ୍ୟ କରାଯାଇଛି ତାର ସମୀକ୍ଷା ପ୍ରଥମେ କରାଗଲା | ତାପରେ କୃଷକଙ୍କର ମଣ୍ଡି ରେଜିଷ୍ଟ୍ରେସନ ସରିଥିବାରୁ ଧାନ ବିକ୍ରି ପାଇଁ ଅଧିକାରୀ ମାନେ ପ୍ରସ୍ତୁତ ରହିବାକୁ ନିଷ୍ପତ୍ତି ନିଆଗଲା | ଏକ ଟୋଲୀ ପ୍ରତେକ ସମବାୟ ସମିତିରେ ଗଠନ ହେବାପାଇଁ ବିଚାର କରାଗଲା |

   କୃଷକଙ୍କର ଆଉ ଏକ ବଡ ସମସ୍ୟା ଷଣ୍ଢ ଜମିରେ ପଶି ସବୁ ଧାନ ଗଛ ଖାଇଯାଉଛନ୍ତି | ସେଥିପାଇଁ ପ୍ରଭାରୀ ସରୋଜ କାନ୍ତ ସାହୁ କହିଲେ ପ୍ରତେକ ପଞ୍ଚାୟତରେ ଗୋଶାଳା ପାଇଁ ସରକାର ଯୋଜନା ରଖିଛନ୍ତି| ଗୋଟିଏ ଷଣ୍ଢ ପାଇଁ ବାର୍ଷିକ 20000ଟଙ୍କା ସରକାର ଦେଉଛନ୍ତି | ଏକର ପିଛା 50ଷଣ୍ଢ ରଖିବାର ଅନୁମୋଦନ ଅଛି | ଯେଉଁ କୃଷକର ଜମି ଥିବ, ଯୋଜନା ମୁତାବିକ ବାଉଣ୍ଡାରୀ କରିବ ଓ ଘୁଆଳ ବନେଇବ ତାକୁ ଯୋଜନା ମୁତାବିକ ବର୍ଷକୁ ତିନି କିସ୍ତିରେ ସବୁ ପଇସା ମିଳିବ | 
ମଞ୍ଚ ପଦାଧିକାରୀ କହିବା କଥା ଯେ, ସେମାନେ ଜିଲାପାଳ ଙ୍କୁ ଭେଟି ଏହି କାର୍ଯ୍ୟ ତୋରାନ୍ୱିତ କରିବାପାଇଁ ଅନୁରୋଧ କରିବେ |କୃଷକଙ୍କର ଷଣ୍ଢ ସମସ୍ୟା ସମାଧାନ ହେଲେ ସମସ୍ତେ ବହୁଆନଦିତ ହେବେ  |ଶେଷରେ ମଞ୍ଚର ଉପସଭାପତି ପ୍ରଦୀପ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |ସଭା କାର୍ଯ୍ୟ ଶେଷ ହୋଇଥିଲା |

Leave a Reply

Your email address will not be published. Required fields are marked *