ପ୍ରସନ୍ନ କୁମାର ସ୍ବାଇଁ//ବରିଷ୍ଠ ସାମ୍ବାଦିକ// ସମୀକ୍ଷା ନିୟୁଜ
ଖୋର୍ଦ୍ଧା (୨୯/୦୨/୨୦୨୪): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼କୁ ଏନ୍ଏସି ଘୋଷଣା କରିବା ଦାବି ନେଇ ବୋଲଗଡ଼ ଏନ୍ ଏସି କ୍ରିୟାନୁଷ୍ଠାନ କମିଟିର ଯୁବ ସଂଗଠନ ଓ ମିଶନ ଶକ୍ତ ମହିଳା ସଂଗଠନ ପକ୍ଷରୁ ବୁଧବାର ତହସିଲ ଛକ ୫୭ ନଂ ଜାତୀୟ ରାଜପଥରେ ଜନଆନ୍ଦୋଳନ କରିଛନ୍ତି । ସ୍ବଳ୍ପ ସମୟ ପାଇଁ ରାସ୍ତାରୋକ ରୋକ ହୋଇଥିଲେ ହେଁ ରାଜ ପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡି ମୋଟର ଅଟକି ରହିଥିଲା। ଫଳରେ ଯାନବାହନ ଗନ୍ତବ୍ୟ ସ୍ଥଳକୁ ଯାଇ ନ ପାରି ଅନେକ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖ୍ ରାସ୍ତା ରୋକର ୧୫ ମିନିଟ ଆନ୍ଦୋଳନକାରୀମାନେ ହଟି ଯାଇଥିଲେ।
ଆନ୍ଦୋଳନ କାରୀମାନେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ନିକଟରେ ୩୪ଟି ଓ ପରେ ୧ଟି ଏହିପରି ୩୫ଟି ଅଞ୍ଚଳକୁ ଗ୍ରାମଞ୍ଚଳରୁ ସହରାଞ୍ଚଳ ତଥା ଏନ୍ଏସି
କରିଥୁବା ମାନ୍ୟତା ପ୍ରଦାନ ପାଇଁ ଘୋଷଣା ବେଳେ ବୋଲଗଡ଼ କୁଏଥରୁ ବାଦ୍ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼କୁ ଏନ୍ଏସିର ମାନ୍ୟତା ପ୍ରଦାନ କରାଯିବାକୁ ନେଇ ଦୀର୍ଘ ବର୍ଷର ଦାବି ତଥା ରାଜ୍ୟ ରାଜ୍ୟ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକଙ୍କ ପ୍ରଶ୍ନ ଓ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତରରେ ଏହି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ଦେବା ନିମନ୍ତେ କୁହାଯାଇଥିଲା। ହଲେ ଏହି ଅଞ୍ଚଳକୁ ଏନଏସି ମାନ୍ୟତା ଘୋଷଣା କରା ନ ଯିବା ଅତ୍ୟନ୍ତ ଦୁଃଖ, ପରିତାପ ଓ ବିଡମ୍ବନାର ବିଷୟ ବୋଲି ଆନ୍ଦୋଳନକାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ବୋଲଗଡ଼କୃ ଏନ୍ଏସି ଘୋଷଣା ନ କରିବା ଦ୍ଵାରା ଏହି କମିଟି ଦାବିକୁ ନେଇ ସୋମବାର କ୍ରିୟାନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏପରିକି ଗତକାଲି ୫ଟି ଅଧ୍ଯକ୍ଷ ଭି କେ ପାଣ୍ଡିଆନ ମଙ୍ଗଳବାର ବେଗୁନିଆଠାରେ ଛାତ୍ର ବୃଭି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏନଏସି କ୍ରିୟାନୁ ଷ୍ଠାନ କମିଟି ଓ ବୁଦ୍ଧିଜୀବିମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ଏ ସମ୍ପର୍କରେ ଦାବି ପତ୍ର ପ୍ରଦାନ କରିଥିଲେ ।ଏନଏସି ପାଇଁ ସମସ୍ତ ମାନଦଣ୍ଡ ଥିବା ସତ୍ତ୍ବେ ଯଦି କୌଣସି ଅମୂଳକ ଭାବେ କାରଣ ଦର୍ଶାଇ ରାଜ୍ୟ ସରକାର ଏନଏସି ଘୋଷଣରେ କାଳ ବିଳମ୍ବ କରନ୍ତି, ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବା ସହିତ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଦପ୍ତର ଗୁଡିକୁ ଅଚଳ କରାଯିବା ଓ ରାଜରାସ୍ତା ରୋକ କରି ଚକଅଖ କ ବନ୍ଦ କରାଯିବା ସହ ଅନୁରୂପ ଭାବେ ସାଧାରଣ ନିର୍ବାଚନରେ ବୋଲଗଡ଼ (ଏନଏସି ଭୁକ୍ତ ହେଉଥିବା ଅଂଚଳ)ରେ ପ୍ରଚାର ନିମନ୍ତେ କୌଣସି ଦଳୀୟ କିମ୍ବା ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ପୁରାଇ ନ ଦେବା ସହିତ ଭୋଟ ବର୍ଜନ କରାଯିବ ବୋଲି ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏନ ଏ ସି ମାନ୍ୟତା ଦାବିରେ ବୋଲଗଡ଼ ବନ୍ଦ। ଏହି ଆନ୍ଦୋଳନ ରେ କ୍ରିୟାନୁଷ୍ଠାନ କମିଟି ର ସଭାପତି କୃଷ୍ଣ ମୋହନ ପାଲଟା ସିଂହ, ରଘୁନାଥ ଷଡଙ୍ଗୀ, ରବିନ୍ଦ୍ର କୁମାର ପରିଡା, ଗୋପୀନାଥ ଖାଡେଙ୍ଗା,ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ଜନସାଧାରଣ ସାମିଲ୍ ହୋଇଥିଲେ।