ମହେଶ୍ୱର ଦିଗାଳ/ବାଲିଗୁଡ଼ା ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ:
ଫୁଲବାଣୀ ୧୮/୦୯: କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଜବତ ହୋଇଛି। ଘଟଣା ପରେ ଏହି ବେଆଇନ ବନ୍ୟଜନ୍ତୁ ଛାଲ କାରବାରର ଚେର ଖୋଜିବାକୁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ଯାଞ୍ଚ ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗାଁର ଉତ୍ତମ ମାଝୀଙ୍କ ନିକଟରୁ ୨ଟି କଲରାପତରିଆ ଛାଲ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।

ବନ ବିଭାଗର ସୂଚନା ଅନୁସାରେ, ଛାଲଗୁଡ଼ିକୁ ରାଜ୍ୟ ଭିତରେ ଚାଲାଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ନେଇ ଯାଉଥିଲେ। ପ୍ରାଥମିକ ତଦନ୍ତରୁ ଉତ୍ତମ ମାଝୀ ନିଜେ ବାଘ ଶିକାର କରିନଥିବା ଏବଂ ଶିକାରୀଙ୍କଠାରୁ ଛାଲ ଆଣି ବିକ୍ରି ପାଇଁ ନେଉଥିବା ଜଣାପଡ଼ିଛି।
ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଏନେଇ ବାଲିଗୁଡ଼ା ରେଞ୍ଜରେ କେସ୍ ନଂ. ୪୩/୨୦୨୬-୨୭ ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ) ଓ ୪୯(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ବାଲିଗୁଡ଼ା DFO ଘନଶ୍ୟାମ ମହନ୍ତଙ୍କ ସୂଚନା ଅନୁସାରେ, ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ଛାଲ କେଉଁ ଶିକାରୀଙ୍କଠାରୁ ଆସିଥିଲା ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା, ସେନେଇ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି DFO କହିଛନ୍ତି।
ତେବେ ଏହି ଘଟଣା ପଛରେ ଥିବା ଶିକାରୀ ଓ ବନ୍ୟଜନ୍ତୁ ଛାଲ ଚାଲାଣ ଚକ୍ରର ମୂଳ ଚେର ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିବ କି ନାହିଁ, ଏବେ ତାହା ଉପରେ ନଜର ରହିଛି।କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଜବତ ହୋଇଛି। ଘଟଣା ପରେ ଏହି ବେଆଇନ ବନ୍ୟଜନ୍ତୁ ଛାଲ କାରବାରର ଚେର ଖୋଜିବାକୁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ଯାଞ୍ଚ ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗାଁର ଉତ୍ତମ ମାଝୀଙ୍କ ନିକଟରୁ ୨ଟି କଲରାପତରିଆ ଛାଲ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।
ବନ ବିଭାଗର ସୂଚନା ଅନୁସାରେ, ଛାଲଗୁଡ଼ିକୁ ରାଜ୍ୟ ଭିତରେ ଚାଲାଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ନେଇ ଯାଉଥିଲେ। ପ୍ରାଥମିକ ତଦନ୍ତରୁ ଉତ୍ତମ ମାଝୀ ନିଜେ ବାଘ ଶିକାର କରିନଥିବା ଏବଂ ଶିକାରୀଙ୍କଠାରୁ ଛାଲ ଆଣି ବିକ୍ରି ପାଇଁ ନେଉଥିବା ଜଣାପଡ଼ିଛି।

ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଏନେଇ ବାଲିଗୁଡ଼ା ରେଞ୍ଜରେ କେସ୍ ନଂ. ୪୩/୨୦୨୬-୨୭ ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ) ଓ ୪୯(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ବାଲିଗୁଡ଼ା DFO ଘନଶ୍ୟାମ ମହନ୍ତଙ୍କ ସୂଚନା ଅନୁସାରେ, ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ଛାଲ କେଉଁ ଶିକାରୀଙ୍କଠାରୁ ଆସିଥିଲା ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା, ସେନେଇ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି DFO କହିଛନ୍ତି।
ତେବେ ଏହି ଘଟଣା ପଛରେ ଥିବା ଶିକାରୀ ଓ ବନ୍ୟଜନ୍ତୁ ଛାଲ ଚାଲାଣ ଚକ୍ରର ମୂଳ ଚେର ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିବ କି ନାହିଁ, ଏବେ ତାହା ଉପରେ ନଜର ରହିଛି।

Total Users : 6977