
ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର
ପାଟଣା, ୧୯/୯: କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ର ଗ୍ରାମରୁ ବେଧଡ଼କ ଭାବେ ଚାଲିଥିବା ଚୋରା ବାଲି ଚାଲାଣ ଉପରେ ପାଟଣା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରାକ୍ଟର ଜବତ କରାଯାଇଛି। ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜବତ ହୋଇଥିବା ଟ୍ରାକ୍ଟର ମଧ୍ୟରୁ ଗୋଟିଏର ନମ୍ବର OD-09-AH-8601 ବୋଲି ଜଣାପଡ଼ିଛି। ଏହି ଗାଡ଼ିରେ ପ୍ରାଇଭେଟ୍ ନମ୍ବର ଥିବା ସତ୍ତ୍ୱେ ଏହା ଚୋରା ବାଲି ପରିବହନରେ କିପରି ନିୟୋଜିତ ହେଉଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କୃଷି କାର୍ଯ୍ୟ ପାଇଁ ପଞ୍ଜୀକୃତ ଥିବା ଟ୍ରାକ୍ଟରକୁ ଅନୁମତିବିହୀନ ଭାବେ ବାଲି ପରିବହନ ଭଳି କାର୍ଯ୍ୟରେ ବ୍ୟବହାର କରାଯାଉଥିଲେ, ଏହାର ନିୟମଗତ ବୈଧତା ନେଇ ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏନେଇ ବନବିଭାଗ ଦ୍ୱାରା ୨୫/୨୦୨୬-୨୭ ଓ ୨୬/୨୦୨୬-୨୭ ଅନୁସାରେ ବେଆଇନ ଲଘୁ ଖଣିଜ ଉତ୍ତୋଳନ ରେ 2 ମାମଲା ରୁଜୁ କରାଯାଇଛି। ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଉପରେ ନିୟମିତ ନଜରଦାରୀ ସହ ଏଭଳି କାର୍ଯ୍ୟରେ ନିୟୋଜିତ ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ ନିୟମାନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ଜବତ ଟ୍ରାକ୍ଟରର କାଗଜପତ୍ର, ନମ୍ବର ଓ ବାଲି ପରିବହନର ଅନୁମତି ସମ୍ପର୍କରେ ବିଭାଗୀୟ ଯାଞ୍ଚ କରାଯିବା ନେଇ ମଧ୍ୟ ଆଶା ପ୍ରକାଶ ପାଇଛି।



Total Users : 6977