Headlines

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/
ଅସୁରାଳି ତା 19/9/26(ନି ପ୍ର )
ଧାମନଗର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଚଢ଼ଉ କରି ଏକ ବାଇକ୍‌ ସହ ୪୬ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଏହି ଘଟଣାରେ ଏସ୍‌.କେ. ସାଦମ ହୋସେନ୍‌ଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ୯ଟା ୩୦ରେ ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ଉ କରାଯାଇଥିଲା। ଏହି ସମୟରେ OD-22-F-7323 ନମ୍ବର ବାଇକ୍‌ରୁ ୪୬ ଗ୍ରାମ ହେରୋଇନ୍‌ ଜବତ ହୋଇଥିଲା। ଏନେଇ ଧାମନଗର ଅବକାରୀ ଥାନାରେ କେସ୍‌ ନଂ-୧୨୮/୨୦୨୬-୨୭ ରୁଜୁ କରାଯାଇଛି।


ଧାମନଗର ଅବକାରୀ ସବ୍‌-ଇନ୍ସପେକ୍ଟର ସୁମିତ୍ରା ହେମ୍ବ୍ରମଙ୍କ ନେତୃତ୍ୱରେ ଏଏସ୍‌ଆଇ ଧୁର୍ଜଧନ ବେହେରା, କନଷ୍ଟେବଳ ଖଗେଶ୍ୱର ଜେନା, ସୂର୍ଯ୍ୟକାନ୍ତ କିସ୍କୁ ଓ ସନ୍ଧ୍ୟାରାଣୀ ସେନାପତି ଏହି ଚଢ଼ଉରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *