
ମହେଶ୍ୱର /ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ. ବାଲିଗୁଡା ସହରରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା. ସକାଳୁ ବଡଭାଇ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କ ନୀତିକାନ୍ତି ସମ୍ପନ ହେବା ପରେ ମହାପ୍ରଭୁମାନଙ୍କୁ ରଥରେ ବିରାଜମାନ କରାଯାଇଥିଲା. ରଥଟାଣି ଆରମ୍ଭ ହେବା ସହିତ ହଜାର ହଜାର ଭକ୍ତ ଜୟ ଜଗନ୍ନାଥ ଧୂନିରେ ପରିବେଶକୁ ମୁଖରିତ କରିଥିଲା. ରଥଟାଣିବା ପାଇଁ ମହିଳା, ପୁରୁଷ, ଯୁବକ ଓ ବୃଦ୍ଧମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା. ବିଭିନ୍ନ ସଂସ୍କୃତିକ ଦଳ ଭଂଜନ, କୀର୍ତନ ଓ ସଂକୀର୍ତନ ପରିବେଷଣ କରି ଉତ୍ସାହକୁ ଆହୁରି ଆକର୍ଷଣ କରିଥିଲେ. ସହର ପ୍ରମୁଖ ରାସ୍ତାଗୁଡିକୁ ସାଜlଯାଇ ଥିବା ବେଳେ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ସରବତ ଓ ପ୍ରସାଦ ବଣ୍ଟନ ବିଏବସ୍ତା କରାଯାଇଥିଲା. ବାହୁଡା଼ ଯାତ୍ରା ସୁରୁଖୁରୁ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହ ଟ୍ରାଫିକ ନିୟଂତ୍ରଣ କରାଯାଇଥିଲା. ଆପତକାଲିନ ସ୍ୱାସ୍ତ୍ୟସେଵା ବିଅବସ୍ତା ମଧ୍ୟ ଉପଲବ୍ଧ ରଖାଯାଇଥିଲା. ଶେଷରେ ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିରରେ ପହଂଚିଵା ପରେ ଭକ୍ତମାନେ ଦର୍ଶନ କରି ରାଜ୍ୟ ଓ ଦେଶର ସୁଖ ସମ୍ବରୁଧ ପାଇଁ ପ୍ରାର୍ଥନା କରିଥିଲେ. ସମଗ୍ର ବାଲିଗୁଡା ଅଂଚଳରେ ବାହୁଡା଼ ଯାତ୍ରା ଭକ୍ତି ଓ ସାମ୍ପ୍ରତିର ବାର୍ତା ବହନ କରିଥିଲା


Total Users : 695