ମହେଶ୍ବର ଦିଗାଳ/ ବାଲିଗୁଡା ସବଡ଼ିଭିଜନାଲ ସାମ୍ବାଦିକ/ ସମୀକ୍ଷା ନିଯୁଜ : ରାଜ୍ୟ ଜମି ରେଜିଷ୍ଟେସନ ପ୍ରକ୍ରିୟାକୁ ଅଧୂକ ସ୍ବଛ,ସରଳ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ସଚେତନ ନାଗରିକ, ସାମାଜିକ କର୍ମୀ ଷ୍ଟାମ୍ଫ ଭେଣ୍ଡର ବ୍ୟବସ୍ଥାର ର ସଂସ୍କାର କିମ୍ବା ପ୍ରୟୋଜନ ହେଲେ ଉଛେଦ ପାଇଁ ମତ ପ୍ରକାଶ କରିଛନ୍ତି,ସେମାନଙ୍କ ମତରେ ଯଦି ସମସ୍ତ ଷ୍ଟାମ୍ଫ ବିକ୍ରି ଓ ରେଜିଷ୍ଟେସନ ଶୁକ୍ଳ ଷ୍ଟାମ୍ଫ ଭେଣ୍ଡର ମାଧ୍ୟମ ନ ହୋଇ ଅନଲାଇନ ମାଧ୍ୟମରେ ଆଦାୟ କରାଯାଏ ତେବେ ମଧ୍ଯସ୍ଥତା ଓ ଦୁର୍ନୀତି କମିବ ଏବଂ ସାଧାରଣ ଭାବେ ସିଧାସଳଖ ସରକାରୀ ସେବା ପାଇପାରିବେ! ସେଥି ପ୍ରତି ସମସ୍ତ ପ୍ରକ୍ରିୟା ସରକାରୀ ଡିଜିଟାଲ ପ୍ରକ୍ରିୟା କରିବା, ସରକାରୀ ଶୁକ୍ଳ ତାଲିକାକୁ ସର୍ବସାଧାରଣରେ ପ୍ରଦର୍ଶନ କରିବା ଏବଂ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମଧ୍ଯ ଦାବି କରାଯାଇଛି । ଏହା ଦ୍ବାରା ରାଜ୍ୟ ଜମି ରେଜିଷ୍ଟେସନ ସ୍ଵଛ ହେବ ଏବଂ ଲୋକମାନେ ସିଧାସଳଖ ସରକାରୀ ପୋର୍ଟାଲ ମାଧ୍ଯମରେ ଷ୍ଟାମ୍ଫ କ୍ରୟ କରି ନିଜର ଜମିଜମା ଏବଂ ଅନ୍ୟାନ୍ୟ କାଗଜପତ୍ର ସହଜରେ କରିପାରିବେ, ଏହାର ସଂସ୍କାର ସରକାର ଆଣିବା ଆବଶ୍ୟକ ବୋଲି ବହୁମାତ୍ରାରେ ଜନମତରେ ପ୍ରକାଶ ପାଉଛି!


Total Users : 3740