ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା ଖବର


ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ଏରସମା ବ୍ଲକରେ ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କ ଅଧିକାରକୁ ନେଇ ଉଠିଛି ଦାବି। JSW କମ୍ପାନୀ ଏବଂ ପ୍ରସ୍ତାବିତ ହାଜାର୍ଡସ୍ ସିମେଣ୍ଟ ପ୍ଲାଣ୍ଟକୁ ନେଇ ୧୦ ଦଫା ଦାବି ଉଠାଇଛି ଏରସମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏରସମା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପାଖରୁ କଂଗ୍ରେସ କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ତହସିଲ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କୁ ଆଡିସିନାଲ ତହସିଲଦାରଙ୍କ ଜରିଆରେ ତହସିଲଦାରଙ୍କୁ ଦିଆଯାଇଛି ସ୍ମାରକପତ୍ର।

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା


ଏରସମା ବ୍ଲକର ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ସମେତ ୨୫ଟି ପଞ୍ଚାୟତର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ସୁରକ୍ଷା ଦାବି କରିଛି କଂଗ୍ରେସ।ସ୍ଥାନୀୟ ଶିକ୍ଷିତ ଯୁବକ-ଯୁବତୀଙ୍କ ପାଇଁ JSWରେ ୭୫ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ସଂରକ୍ଷଣ, ଜମି ହରାଇଥିବା ପରିବାରଙ୍କୁ ନିଯୁକ୍ତି ଓ ଉପଯୁକ୍ତ ଥଇଥାନ ଦାବି ରହିଛି।
ଗ୍ରାମସଭାର ଅନୁମୋଦନ ବିନା ଜଙ୍ଗଲ ଜମି ଅଧିଗ୍ରହଣ ନକରିବା, ଫରେଷ୍ଟ ରାଇଟ୍ସ ଆକ୍ଟ କାର୍ଯ୍ୟକାରୀ କରିବା, ଭୂତଳ ଜଳ ଉତ୍ତୋଳନ ଉପରେ ନିୟନ୍ତ୍ରଣ ଏବଂ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଦାବି କରାଯାଇଛି।

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା

ଏହି ଦାବିକୁ ନେଇ ଏରସମା ବ୍ଲକ ସଭାପତି ପିନାକୀ ନାରାୟଣ ଦାସ, ବାଲିକୁଦା-ଏରସମା କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ ଏବଂ ଆଡଭୋକେଟ୍ ସୁଶାନ୍ତ କାନୁନଗୋଙ୍କ ସମେତ ୨୫ଟି ପଞ୍ଚାୟତରୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
୨୫ଟି ପଞ୍ଚାୟତରେ ରାସ୍ତା, ଡ୍ରେନେଜ୍, ସ୍କୁଲ ଓ କଲେଜ ଭଳି ମୌଳିକ ଭିତ୍ତିଭୂମିର ବିକାଶ ସହ ପ୍ରସ୍ତାବିତ ହାଜାର୍ଡସ୍ ସିମେଣ୍ଟ ପ୍ଲାଣ୍ଟକୁ ଅନୁମତି ନଦେବାକୁ ମଧ୍ୟ ଦାବି ରହିଛି। ଜନପ୍ରତିନିଧିଙ୍କ ସହ ଆଲୋଚନା ଓ ସଂଳାପ ମାଧ୍ୟମରେ ଦାବିଗୁଡ଼ିକର ସମାଧାନ ପାଇଁ ପ୍ରଶାସନକୁ ଅନୁରୋଧ କରିଛି ଏରସମା ବ୍ଲକ କଂଗ୍ରେସ କମିଟି।

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଫ୍ଲାଗ୍-ଅଫ୍, ଅଯୋଧ୍ୟା-ବାରାଣସୀ ଯିବେ ୧୨୭ ତୀର୍ଥଯାତ୍ରୀ