ସଞ୍ଜୟ ଗୋୟଲ/ବ୍ଲକ୍ ନ୍ୟୁଜ୍ ରିପୋର୍ଟର/ କୋକସରା, ୯ ଅଗଷ୍ଟ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଏଇଲି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ପ୍ରେମଲାଲ ସାହୁଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଏଇଲି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ସାହୁ ଜଣେ ଶିକ୍ଷାବିତ୍ ଭାବେ ଶିକ୍ଷାର ପ୍ରସାର ଓ ସମାଜର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଏଥିସହ ସେ ଜଣେ ସମାଜସେବୀ ଭାବେ ଅସହାୟ, ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କ ସହାୟତା କରି ଅଞ୍ଚଳବାସୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।
ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ବିଭିନ୍ନ ବର୍ଗର ଲୋକେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ତାଙ୍କ ବିୟୋଗ ଶିକ୍ଷା ଓ ସମାଜସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
କୋକସରା: ଶିକ୍ଷାବିତ୍ ଓ ସମାଜସେବୀ ପ୍ରେମଲାଲ ସାହୁଙ୍କ ପରଲୋକ


Total Users : 3693