ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାଲିଗୁଡାରେ ବିଶ୍ୱ ଆଦିବାସୀ ଏକତା ଦିବସ ପାଳିତ

ବାଲିଗୁଡାରେ ବିଶ୍ୱ ଆଦିବାସୀ ଏକତା ଦିବସ ପାଳିତ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜିନାଲ ସାମ୍ବାଦିକ/ ସମୀକ୍ଷା ନିୟୁଜ. ବାଲିଗୁଡା କୁଇ କୁଳ ସମିତି ପକ୍ଷରୁ ବାଲିଗୁଡା ସ୍ଥାନୀୟ ସଭାଗୃହଠାରେ ବିଶ୍ୱ ଆଦିବାସୀ ଦିବସ ପରମ୍ପରିକ ରୀତିରେ ପାଳିତ ହୋଇଛି. ବାଲିଗୁଡାର ଆଦିବାସୀ ନେତା କ୍ଳେଶ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଗୋଣ୍ଡ ସମାଜ, ସୌର ସମାଜ, କନ୍ଧ ଗୌଡ଼ ସମାଜ, କନ୍ଧ କୁମ୍ଭାର ଏହି ଦିବସ ରେ ବହୁମାତ୍ରରେ ଯୋଗଦେଇଥିଲେ . ଏହି ଅବସରରେ କୁଇକୁଳ ସମିତି ଶାଖା କାର୍ଯ୍ୟାଳୟରୁ ପରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ, ବେସଭୂଷା ଓ ସଂସ୍କୃତିକ ପରମ୍ପରା ପ୍ରଦର୍ଶନ କରି ସ୍ଥାନୀୟ ସଭାଗୃହଠାରେ ପହଂଚିଥିଲେ. ସ୍ଥାନୀୟ ସଭାଗୃହ ବୈଠକରେ ଆଦିବାସୀ ଅଧିକାର, ଶିକ୍ଷା, ସୁସ୍ଥ୍ୟ, ରୋଜଗାର ଓ ଜଙ୍ଗଲ ଜମି ସହ ଜଡିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହାଇଥିଲା. ବକ୍ତମାନ କହିଥିଲେ ଯେ ଆଦିବାସୀ ସମାଜର ଉନ୍ନତିଶିକ୍ଷା ଓ ସଚେତନତା ବୃଦ୍ଧି ସହିତ ସମସ୍ତେ ଏକତା ବଦ୍ଧ ହୋଇ ନିଜର ଅଧିକାର ଓ ସଂସ୍କୃତିର ସୁରକ୍ଷା କରିବା ଆବଶ୍ୟକ. ଯୁବପିଢ଼ି ନିଜର ଭାଷା ପରମ୍ପପରା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ଆହ୍ବାନ ଦିଆଜାଇଥିଲା. ଶେଷରେ ଆଦିବାସୀ ସମାଜର ଏକତା ଓ ଭାଇଚାରା ମଜୁଭୂତ କରିବା ସହ ସମାଜର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ମତ ପ୍ରକାଶ କରିଥିଲେ.

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ​ତାଳଚେର ରାଜପଥରେ ବୁଲା ଗାଈଙ୍କ ରାଜ୍: ବର୍ଷା ରାତିରେ ବଢୁଛି ଦୁର୍ଘଟଣା ଭୟ, ପ୍ରଶାସନ ନିଦ୍ରାବତ