ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ – ସମୀକ୍ଷା ଖବର


ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

ଆର୍ଥିକ ଅନଟନ ଆଗରେ ହାର ନମାନି ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଶିକ୍ଷା ପ୍ରତି ନିଷ୍ଠା ବଳରେ ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEETରେ ସଫଳତା ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ସିକାବାଡ଼ି ଗ୍ରାମର ତିନି ଛାତ୍ରଛାତ୍ରୀ। ଏକେ ପରିବାରର ଏହି ତିନି ମେଧାବୀଙ୍କ ସଫଳତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇଛି। ସଫଳତା ହାସଲ କରିଥିବା ଅସାରିଆ ପ୍ରଧାନ, ସୁନାମି ପ୍ରଧାନ ଓ ମିନାକ୍ଷୀ ପ୍ରଧାନଙ୍କୁ କନ୍ଧମାଳ ଏସ୍‌ପି ରାମେନ୍ଦ୍ର ପ୍ରସାଦ ସମ୍ମାନିତ କରି ସେମାନଙ୍କ ସଫଳତାର ପ୍ରଶଂସା କରିଛନ୍ତି। ଏହି ସମ୍ମାନ ସେମାନଙ୍କ ଶିକ୍ଷା ଯାତ୍ରାକୁ ଆହୁରି ଉତ୍ସାହିତ କରିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି। ଅସାରିଆ ଓ ସୁନାମି ପ୍ରଧାନଙ୍କ ପିତା ବୁର୍ସି ପ୍ରଧାନ ଓ ମାତା ଅନୁସୟା ପ୍ରଧାନ। ସେହିପରି ମିନାକ୍ଷୀ ପ୍ରଧାନଙ୍କ ପିତା ଜିସାୟା ପ୍ରଧାନ ଓ ମାତା ରଜନୀ ପ୍ରଧାନ।

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ – ସମୀକ୍ଷା

ସୀମିତ ଆର୍ଥିକ ସୁବିଧା ଥିବା ପରିବାରରୁ ଆସିଥିଲେ ମଧ୍ୟ ଏହି ଛାତ୍ରଛାତ୍ରୀ ନିଜର ଉଚ୍ଚଶିକ୍ଷାର ସ୍ୱପ୍ନକୁ କେବେ ଛାଡ଼ି ନଥିଲେ। ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ ପରିବାରର ବାପା ଓ କକା କେରଳ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଅନ୍ୟପକ୍ଷରେ, ଦାମୀ କୋଚିଂ ସେଣ୍ଟରର ସୁବିଧା ନଥିବାରୁ ଏହି ମେଧାବୀମାନେ YouTube ମାଧ୍ୟମରେ ମାଗଣା ଅନଲାଇନ୍ କ୍ଲାସ୍ ଦେଖି NEET ପାଇଁ ପ୍ରସ୍ତୁତି କରିଥିଲେ। ବିଶେଷକରି Physics Wallah (PW) ଭଳି ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ସେମାନଙ୍କ ପ୍ରସ୍ତୁତିରେ ସହାୟକ ହୋଇଥିଲା। ଆର୍ଥିକ ଅଭାବ, ସୀମିତ ସୁବିଧା ଓ ଗ୍ରାମାଞ୍ଚଳର ପରିବେଶକୁ ପଛରେ ପକାଇ ତିନିଜଣ ଏକାସାଙ୍ଗରେ NEETରେ ସଫଳ ହେବା ନିଶ୍ଚିତ ଭାବେ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ସଫଳତା ପାଇଁ କେବଳ ଆର୍ଥିକ ସମ୍ବଳ ନୁହେଁ, ବରଂ ଦୃଢ଼ ସଙ୍କଳ୍ପ, ନିରନ୍ତର ଅଧ୍ୟୟନ ଓ ପରିଶ୍ରମ ହିଁ ମୁଖ୍ୟ ବୋଲି ସେମାନଙ୍କ ଯାତ୍ରା ପ୍ରମାଣ କରିଛି। ସିକାବାଡ଼ିର ଏହି ତିନି ମେଧାବୀଙ୍କ ସଫଳତାରେ ଅଭିଭାବକ, ଶିକ୍ଷକ ଓ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ସଫଳତା କେବଳ ତିନି ପରିବାରର ନୁହେଁ, ବରଂ ସିକାବାଡ଼ି, ଦାରିଙ୍ଗବାଡ଼ି ଓ ସମଗ୍ର କନ୍ଧମାଳର ଗୌରବ ବୋଲି ମତ ପ୍ରକାଶ ପାଇଛି।

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସେବା ସଂକଳ୍ପରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ୭୦ ଛାତ୍ରଛାତ୍ରୀଙ୍କ ଯୋଗଦାନ