ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି

ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି – ସମୀକ୍ଷା ଖବର


ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:

ନୂଆଗାଁ, ୧୯/୦୯: ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଧୀନରେ ଥିବା ବାହାଡ଼ାଝୋଲା ଓ କାପ୍ତାପଲ୍ଲୀ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟର ଦାୟିତ୍ୱ ଜଣେ ଆର୍‌ଆଇଙ୍କ ଉପରେ ରହିଥିବାରୁ ସାଧାରଣ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହି ଦୁଇ ଆର୍‌ଆଇ ସର୍କଲ ଅଧୀନରେ ମୋଟ ୯୬ଟି ରାଜସ୍ୱ ଗ୍ରାମ ରହିଥିବାରୁ କର୍ମଚାରୀ ଅଭାବର ପ୍ରଭାବ ଦୂରଦୂରାନ୍ତରୁ କାମ ପାଇଁ ଆସୁଥିବା ଲୋକଙ୍କ ଉପରେ ପଡ଼ୁଥିବା କୁହାଯାଉଛି।
ଅଭିଯୋଗ ଅନୁଯାୟୀ, ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ରାଜସ୍ୱ ସେବା ସହଜରେ ପହଞ୍ଚାଇବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଏହାର ସୁଫଳ ସାଧାରଣ ଲୋକଙ୍କୁ ଠିକ୍ ସମୟରେ ମିଳିପାରୁନାହିଁ। ଜମିଜମା ସମ୍ବନ୍ଧୀୟ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ସାର୍ଟିଫିକେଟ୍, ତଦନ୍ତ ଓ ରାଜସ୍ୱ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରତିଦିନ ଲୋକମାନେ ଆର୍‌ଆଇ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି।
ସୂଚନା ମୁତାବକ, ଗୋଟିଏ ଆର୍‌ଆଇ କାର୍ଯ୍ୟାଳୟରେ ଜଣେ ଆର୍‌ଆଇଙ୍କ ସହ ଆବଶ୍ୟକ ସହାୟକ କର୍ମଚାରୀ ରହିବା କଥା। ମାତ୍ର ବାହାଡ଼ାଝୋଲା ଓ କାପ୍ତାପଲ୍ଲୀ ଆର୍‌ଆଇ କାର୍ଯ୍ୟାଳୟ ଜଣେ ଆର୍‌ଆଇ ଓ ଜଣେ ଅମିନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ଆର୍‌ଆଇଙ୍କୁ ଦୁଇଟି ସର୍କଲର କାର୍ଯ୍ୟ ସମ୍ଭାଳିବାକୁ ପଡ଼ୁଛି।
ଦୁଇଟି ସର୍କଲ ଅଧୀନରେ ୯୬ଟି ରାଜସ୍ୱ ଗ୍ରାମ ଥିବା ବେଳେ ଜମିଜମା ସମ୍ବନ୍ଧୀୟ ତଦନ୍ତ, ବିଭିନ୍ନ ପ୍ରମାଣପତ୍ର ପାଇଁ କ୍ଷେତ୍ର ଯାଞ୍ଚ, ମାପଚୁପ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟର ଚାପ ରହୁଛି। ଏଭଳି ସ୍ଥିତିରେ ଦୂରଦୂରାନ୍ତ ଗ୍ରାମରୁ ନିଜ କାମ ନେଇ ଆସୁଥିବା ଲୋକମାନଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିବା ଓ କାମରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।
ଏନେଇ ବାହାଡ଼ାଝୋଲା ଆର୍‌ଆଇଙ୍କ ମତାମତ ନିଆଯିବାରୁ ସେ କହିଛନ୍ତି ଯେ, ଦୁଇଟି ଆର୍‌ଆଇ କାର୍ଯ୍ୟାଳୟର ଦାୟିତ୍ୱ ସହ ବିଭିନ୍ନ ସମୟରେ ତହସିଲ କାର୍ଯ୍ୟାଳୟର କାମ ମଧ୍ୟ କରିବାକୁ ପଡ଼ୁଛି। ଏଥିଯୋଗୁଁ କିଛି ସମସ୍ୟା ହେଉଥିଲେ ମଧ୍ୟ ସାଧାରଣ ଲୋକଙ୍କ କାମ ଓ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦିଆଯାଉଛି।
ଏପରି ପରିସ୍ଥିତିରେ ବାହାଡ଼ାଝୋଲା ଓ କାପ୍ତାପଲ୍ଲୀ ଆର୍‌ଆଇ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ଦୁଇଟି କାର୍ଯ୍ୟାଳୟ ପାଇଁ ପୃଥକ ଭାବେ ଆର୍‌ଆଇ ଦାୟିତ୍ୱ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ଦୃଷ୍ଟି ଦେବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଦାବି କରିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ