ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ

ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ – ସମୀକ୍ଷା ଖବର


ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ :

ନୂଆଗାଁ, ୨୨/୦୯: ସରକାରୀ ଯୋଜନାରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଇଁ ମାସିକ ୩୫୦୦ ଟଙ୍କା ଭତ୍ତା ମଞ୍ଜୁର ହୋଇଥିବା ବେଳେ ତାଙ୍କୁ ମାତ୍ର ୧୨୦୦ ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ମଞ୍ଜୁର ରାଶି ଓ ହିତାଧିକାରୀଙ୍କୁ ମିଳୁଥିବା ରାଶି ମଧ୍ୟରେ ପାର୍ଥକ୍ୟକୁ ନେଇ ଘଟଣାର ତଦନ୍ତ ଦାବି ହୋଇଛି।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଞ୍ଚାୟତର ନରେନ୍ଦ୍ରକଳା ଗ୍ରାମର ଶଙ୍କର ଖଟୁଆ (୬୧) ଦୀର୍ଘବର୍ଷ ଧରି ଦିବ୍ୟାଙ୍ଗ ଭତ୍ତା ପାଇଆସୁଛନ୍ତି। ପୂର୍ବରୁ ତାଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ମିଳୁଥିଲାପରବର୍ତ୍ତୀ ସମୟରେ ତାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ସଂଶୋଧନ ହେବା ପରେ ବର୍ଦ୍ଧିତ ଦିବ୍ୟାଙ୍ଗତା ପ୍ରତିଶତ ଆଧାରରେ ମାସିକ ଭତ୍ତା ୩୫୦୦ ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ହେଲେ ହିତାଧିକାରୀଙ୍କୁ ପୂର୍ବପରି ମାସିକ ୧୨୦୦ ଟଙ୍କା ମିଳୁଥିବାରୁ ଅବଶିଷ୍ଟ ରାଶିକୁ ନେଇ ପ୍ରଶ୍ନ ଉଠିଛି।

ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ – ସମୀକ୍ଷା


ମଞ୍ଜୁର ହୋଇଥିବା ରାଶି ସହ ତୁଳନା କଲେ ପ୍ରତିମାସ ୨୩୦୦ ଟଙ୍କା କମ୍ ମିଳୁଥିବା ଅଭିଯୋଗ ରହିଛି। ଏହି ପାର୍ଥକ୍ୟ କାହିଁକି ରହୁଛି, ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯିବାକୁ ଦାବି ହେଉଛି। ଅଭିଯୋଗ ଅନୁସାରେ, ଏ ସମ୍ପର୍କରେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଜଣାଇଛନ୍ତି। ତେଣୁ ତାଙ୍କ ନାମରେ ପ୍ରକୃତରେ କେତେ ଟଙ୍କା ମଞ୍ଜୁର ହୋଇଛି, କେତେ ଟଙ୍କା ପ୍ରଦାନ କରାଯାଇଛି ଏବଂ ଅବଶିଷ୍ଟ ଅର୍ଥର ସ୍ଥିତି କ’ଣ—ଏସବୁର ଯାଞ୍ଚ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି।ଏହି ଘଟଣାରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ହିତାଧିକାରୀଙ୍କ ପ୍ରକୃତ ପ୍ରାପ୍ୟ ରାଶି ସ୍ପଷ୍ଟ କରାଯିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି।

ଦିବ୍ୟାଙ୍ଗ ଭତ୍ତାକୁ ନେଇ ଅନିୟମିତତା ଅଭିଯୋଗମଞ୍ଜୁର ₹୩୫୦୦, ମିଳୁଛି ₹୧୨୦୦; ବଳକା ଟଙ୍କା ଗଲା କୁଆଡ଼େ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି