ମହେଶ୍ୱର ଦିଗାଲ,/ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ:
କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଛି । ଜୀଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ଓ ପ୍ରତିନିଧିମାନେ ପ୍ରାୟ ଶହେ ଜଣଏହି ସମାବେଶରେ ଯୋଗ ଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା, ସୁରକ୍ଷା ସାମ୍ବାଦିକତାର ଭୂମିକା ଜୀଲ୍ଲ।ର ବିକାଶମୂଳକ ଖବର ପ୍ରକାଶନ ସଂପର୍କରେ ଆଲୋଚନ କରାଯାଇଥିଲା. ସମାବେଶରେ ସମ୍ବାଦିକମାନଙ୍କ ଏକତାସମନୟ ଓ ପେଶାଗତ ସୁରକ୍ଷା ଉପରେ ଗୁରୁପ୍ରଦିଆଯାଇଥିଲା.ଏହି ସମ୍ବାଦିକ ସମ୍ମିଳନୀରେ ଜୀଲ୍ଲାର ଜିଲ୍ଲା ପାଳ ଭେଦ ଭୂଷଣ ମହୋଦୟ ସର୍ବ ପ୍ରଥମେ ଦୀପ ପ୍ରଜ୍ୱଳନ କରିଥିଲେ. ଉକ୍ତ ବୈଠକରେ ସଭାପତି ଡକ୍ଟର ଅରୁପ ଜେନା, ଉପସଉପତି ଅଜିତ ମହାରଣା ଓ ସନ୍ତୋଷ କୁମାର ଦାସ, ସମିତି ସଂଗଠନ ସମ୍ପାଦକଜରିଆରେଏହି ବୈଠକ ଅନୁଷ୍ଠିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସମାବେଶରେ ପ୍ରତ୍ୟେକ ବ୍ଳକର କୋଡିନେଟର ସମୁହ ସଭ୍ୟମାନେ ଯୋଗଦେଇଥିଲେ। କନ୍ଧମାଳ ଜିଲ୍ଲା ଏକ ବଣ ପାହାଡିଆ ଓ ଦୁର୍ଗମ ଅଂଚଳରେ ଖବର ସଂଗ୍ରହ ସମୟରେ ଅନେକ ବାଧା ଓ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ. ବିଭିନ୍ନ ଅଂଚଳର ଲୋକଙ୍କ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ ସରକାରୀ ଯୋଜନା ମୈଲିକ କିପରି ନିଜର ଅଧିକାର ବିଷୟ ରେ ଜାଣି ପାରିବେ ତାହା ଉପେରେ ଜିଲ୍ଲା ପାଳ କହିଥିଲେ. ଏହି ସମାବେଶରେ ଜିଲାରେ କାର୍ଯ୍ୟରତ ସାମ୍ବାଦିକମାନଂକର ଅନେକ ଅସୁବିଧା ରହିଅଛି. ଯେପରି ପରିବାରର ଘଟଣା ଦୁର୍ଘଟଣା, ବିପଦ ଆପଦ ରହିଛି. ଯାହା ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ନେଇ ଅନେକ ଥର ଦାବି ଦିଆଯାଇଛି. କିନ୍ତୁ ସରକାର ଏ ବିଷୟରେ ଅଣଦେଖା କରୁଛନ୍ତି. ଆଜି ସୁଦ୍ଧା କୌଣସି ସମସ୍ୟା ସମାଧାନ ହୋଇନାହିଁ. ଗୋପବନ୍ଧୁ ସ୍ୱାସ୍ତ୍ୟ ବୀମା ଯୋଜନା ନିୟମିତ ଭାବେ କାର୍ଯ୍ୟକାରୀ କରିବା ସହ ପରିବାରର ପିତାମାତାଙ୍କୁ ସାମିଲ କରି ବୀମା ରାଶିକୁ ପାଞ୍ଚ ଲକ୍ଷରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଓ 60 ବର୍ଷରୁ ଉର୍ଦ୍ଧ ସାମ୍ବାଦିକମାନଙ୍କୁ 20 ହଜାର ଟଙ୍କା ମାସିକ ପେନସନ ପ୍ରଦାନ, ଭୂମି ହୀନ ସାମ୍ବାଦିକଙ୍କୁ ପାଞ୍ଚ ସେଣ୍ଟି ଲେଖାଁଏ ଜମି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳନକୁ ପ୍ରଦାନ କରାଯାଇଥିଲା.






