ଜିତେନ୍ଦ୍ର ଗୌଡ଼/ଦିଗପହଣ୍ଡି ସାମ୍ବାଦିକ/ ସମୀକ୍ଷା ନ୍ୟୁଜ :
ଦିଗପହଣ୍ଡି,୨୨।୯ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ବାଘଲଟି ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ବର୍ତମାନ ବାଘଲଟି ଜଳଭଣ୍ଡାରେ ୪୧. ୫୦ ଭାଗ ଜଳ ଗଛିତ ରହିଥିବା ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି l ତେଣୁ ଜଳସ୍ତର ବଢିଲେ ଜଳଭଣ୍ଡାର ସୁରକ୍ଷା ନିମନ୍ତେ ଯେକୌଣସି ସମୟରେ ଜଳ କୁ ନଦୀ ଗର୍ବକୁ ଛଡ଼ାଯିବ ବୋଲି ବାହୁଦା ନଦୀକୂଳ ଗ୍ରାମ ତୁରୁବୁଡି, ଭ୍ରମରପୁର, ବଜ୍ରଗୁମ୍ମା, ଦାଉଣୀ, ଗୌଡ଼ଗାଁ ପତ୍ରଛୁଡ଼ି ସମସ୍ତ ଜନସାଧାରଣଙ୍କୁ ମାଇକ ଯୋଗେ ସତର୍କ ସୂଚନା ଜାରି କରିଛନ୍ତି l






