ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ

କୋରାପୁଟ ଜିଲ୍ଲା ଜୟପୁର ସହର ର ଘଟିଥିବା ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ ହୋଇଛି । ୧୫ ଅଭିଯୁକ୍ତକୁ ଗିରଫ ୨ ଲକ୍ଷ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି ଜୟପୁର ଟାଉନ ଥାନା ପୋଲିସ। ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସ୍ଥାନରେ ଘଟିଥିବା ୮ଟି ଚୋରି ଓ ଲୁଟ୍ ମାମଲାର ତଦନ୍ତ କରି ପୋଲିସ ମୋଟ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ – ସମୀକ୍ଷା

ପୋଲିସ ସୂଚନା ଅନୁସାରେ, ଏହି ମାମଲାଗୁଡ଼ିକ ମଧ୍ୟରେ ଘରୁ ନଗଦ ଟଙ୍କା ଚୋରି, ଛୁରୀ ଦେଖାଇ ଲୁଟ୍, ଘରେ ପଶି ସୁନା ଓ ପିତ୍ତଳ ସାମଗ୍ରୀ ଚୋରି, ବିଦ୍ୟୁତ୍ ତାର ଚୋରି ଏବଂ ମନ୍ଦିରରୁ ପିତ୍ତଳ ସାମଗ୍ରୀ ଚୋରି ଭଳି ଘଟଣା ରହିଛି। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କା ନଗଦ, ମୋବାଇଲ ଫୋନ୍ ସମେତ ବିଭିନ୍ନ ଚୋରି ସାମଗ୍ରୀ ଓ ଘରୋଇ ଉପକରଣ ଜବତ କରିଛି। ଘଟଣାଗୁଡ଼ିକରେ ସମ୍ପୃକ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଭୂମିକା ରହିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଛକୁଣ୍ଡରେ ପୁଲିସ ଦ୍ୱାରା ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ